Education

ବିରନରସିଂହପୁରସ୍ଥିତ ସାଧୁଚ ରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପୁ ରୁଣାକଟକ ସ୍ଥିତ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ପରୀକ୍ଷା କେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲପାଳ

ବୌଦ୍ଧ (ଚିତ୍ତରଞ୍ଜନ ସିଂହ) ହରଭଙ୍ଗା ବ୍ଲକ ଅନ୍ତର୍ଗତ,ସାଧୁଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବୀର ନରସିଂହପୁର ଏବଂ ପୁରୁଣାକଟକ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା +୨ପରୀକ୍ଷା କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତକୁମାର ପଣ୍ଡା l ସୂଚନା ଅନୁସାରେ ଆଜି ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବିରନରସିଂହପୁର ରେ ସର୍ବମୋଟ 110 ଜଣ ପରୀକ୍ଷlର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ 107 ଜଣ ପରୀକ୍ଷା ଦେଉଥିଲେ ଏବଂ 3 ଜଣ ଅନୁପସ୍ଥିତ ଥିଲେ l ସେହିପରି ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସମୁଦାୟ ୩୦୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୧୨୧ଛାତ୍ର ଓ଼ ୧୮୦ଜଣ ଛାତ୍ରୀ ପରୀକ୍ଷା ଦେଇଛନ୍ତି l ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ସମସ୍ତ ପରୀକ୍ଷା କକ୍ଷ ବୁଲି ଦେଖିବା ସହିତ, ସିସି ଟିଭି, ପ୍ରଶ୍ନପତ୍ର ହବ ଜାଞ୍ଚ କରିଥିଲେ l ଏହା ସହିତ ବୀରନରସିଂହପୁର ସାଧୁ ଚରଣ ସରକାରୀ ଉଚ୍ଚ ମାଧ୍ୟ ମିକବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ଓମ ପ୍ରକାଶ ପ୍ରଧାନ ଏବଂ ଭୈରବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୁଣାକଟକ ର ଅଧ୍ୟକ୍ଷା ଶ୍ରୀମତୀ ଧରିତ୍ରୀରାଣୀ କାନୁନଗୋଙ୍କ ସହିତ ପରୀକ୍ଷା ପରିଚାଳନା ନେଇ ଆଲୋଚନା କରିଥିଲେ l ପରୀକ୍ଷା କେନ୍ଦ୍ରରେ ସମସ୍ତ ପରିଚାଳନା ବ୍ୟବସ୍ଥା ସହିତ ଓ ଆର ଏସ ପ୍ୟାକେଟ,ପାନୀ ୟ ଜଳ ଉପଲବ୍ଧ କରିବା, ପରୀକ୍ଷାର୍ଥୀ ଘଣ୍ଟା ପିନ୍ଧି ନ ଆସିବା, ଶାନ୍ତି ଶୃଙ୍ଖଳା ଏବଂ ସ୍ୱଚ୍ଛ ଭାବେ ପରୀକ୍ଷା ପରିଚାଳନା ପାଇଁ ନିର୍ଦେଶ ଦେଇଥିଲେ l ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ପ୍ରବୀଣକୁମାର ବାଣୁଆ, ସେଣ୍ଟ୍ରାଲ ସ୍ୱlଡ଼ ଡ଼. ମାନସ ରଞ୍ଜନ ନନ୍ଦ,ହରଭଙ୍ଗା ତହସିଲଦାର ବିଭୁ ପ୍ରଶାଦ ସିଂ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଶରତ କୁମାର ସେଠୀ, ନିର୍ବାହୀ ଅଧିକାରୀ, ଏନ. ଏ. ସି. ବୌଦ୍ଧଗଡ଼ ସତ୍ୟ ନାରାୟଣ ପ୍ରଧାନ ଓ଼ ଜିଲ୍ଲା ସୂଚନା ଓ଼ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆ ସିଂହ ପ୍ରମୁଖ ଉପସ୍ଥିତ ଥିଲେ l

Related Articles

Back to top button