Education

ଆଜିଠୁ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା, ଘଣ୍ଟାପଡ଼ା ଜୋନର ୩ପରୀକ୍ଷା କେନ୍ଦ୍ରରେ ୯୭୯ଜଣ ପରୀକ୍ଷାର୍ଥୀ

କଣ୍ଟାମାଳ: -୨୦/୨/୨୫ (ପ୍ରଭାତ କୁମାର ସାହୁ )ଶୁକ୍ରବାର ସକାଳୁ ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷାର ଚଳିତ ୨୦୨୫ର ମ୍ୟାଟ୍ରିକ ପରୀକ୍ଷା । ତେଣୁ ପରୀକ୍ଷା କେନ୍ଦ୍ରମାନଙ୍କୁ କଡ଼ା ସୁରକ୍ଷାରେ ପ୍ରଶ୍ନପତ୍ର ରହିଛି ।ଏହାକୁ ଜଗିଛି ସିସିଟିଭି |ସେହିପରି ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଜୋନର ୮ଟି ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ୩ଟି କେନ୍ଦ୍ରରେ ମୋଟ ୯୭୯ଜଣ ପରୀକ୍ଷାର୍ଥୀ |ତଦମଧ୍ୟରୁ ଘଣ୍ଟାପଡ଼ା କେନ୍ଦ୍ରରେ ବରଗାଁ ହାଇସ୍କୁଲ ଓ ନୂଆଁପାଲି ହାଇସ୍କୁଲର ମୋଟ ୩୮୪ଜଣ, ଆମ୍ବଗାଁ କେନ୍ଦ୍ରରେ ଘଣ୍ଟାପଡ଼ା ହାଇସ୍କୁଲ ଓ ରିଙ୍ଗାପଡ଼ା ହାଇସ୍କୁଲର ୨୮୩ ଜଣ ଛାତ୍ରଛାତ୍ରୀ ଏବଂ ନୂଆଁପାଲି କେନ୍ଦ୍ରରେ ଉମା, ଆମ୍ବଗାଁ, ଖୁଣ୍ଟିଗୋରା ଓ ଖମନମୁଣ୍ଡା ହାଇସ୍କୁଲର ମୋଟ ୩୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଘଣ୍ଟାପଡ଼ା ହାଇସ୍କୁଲ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ପିତବାସ ପଣ୍ଡା, ଆମ୍ବଗାଁ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଶୁକଦେବ ପଣ୍ଡା ଓ ନୂଆଁପାଲି କେନ୍ଦ୍ରର ସୁପରିଟେଣ୍ଡେଣ୍ଟ ଅନନ୍ତ ଚରଣ କ୍ଷେତିଙ୍କଠାରୁ ପ୍ରକାଶ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ |

Related Articles

Back to top button