କ୍ଲଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠି


କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଗୋପାଳପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖମାରପଦର କ୍ଲଷ୍ଟର ଦ୍ଵାରା ବେନ୍ଦାଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଫେବୃୟାରୀ ୭ ତାରିଖ ଦିନ “ନିପୂଣ ଓଡିଶା ମେଳା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟି ଖମାରପଦର ସିଆରସିସି ସୁନାଧର ମାଝୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୨ ଟି ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ଏଥିରେ ପ୍ରତି ବିଦ୍ୟାଳୟର ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ ଯାଏଁ ୧୨୦ ଜଣ ଯୋଗଦାନ କରି ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ସୁଯୋଗ ମିଳିଥିଲା। ଅକ୍ଷର ଜ୍ଞାନ ସହିତ ଗାଣିତିକ ଜ୍ଞାନ ଓ ଅନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷକ ମାନେ ଅବଗତ କରିଥିଲେ । ଏହା ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମାନସିକ ଓ ବୌଦ୍ଧିକ ସ୍ତରରେ ବିକାଶ ହେବା ସହିତ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ସିଆରସି ଶ୍ରୀ ମାଝୀ ମତପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସବିତା ମହାରଣା ଖମାରପଦର, ଶିକ୍ଷକ ସୁରେନ୍ଦ୍ର ନାୟକ ପାକସିପଡା, ମାଧବ ଚରଣ ନାଏକ ଶିକ୍ଷକ ପାଡେଲଗୁଡା,ବିଜୟ ଗୌରବ ମାଝୀ ଶିକ୍ଷକ ଧାମନଗୁଡା,ରମେଶ ଚନ୍ଦ୍ର ମାଝୀ ଶିକ୍ଷକ ତୁକୁଗୁଡା, ଦୟାନିଧି ନାଏକ ଶିକ୍ଷକ ସର୍ଗିଗୁଡା, ଧବଳେଶ୍ଵର ନାଏକ ଶିକ୍ଷକ କୁମଯୋର, ଶିକ୍ଷୟତ୍ରୀ ଜ୍ୟୋସ୍ନା ରାଣୀ ନାଏକ ବେନ୍ଦାଝୋଲା, ଲକ୍ଷ୍ମୀ କାନ୍ତ ନାଥ ଶିକ୍ଷକ ଲୋହରାଯୋର, ତ୍ରିନାଥ ନାଏକ ଶିକ୍ଷକ ତୁନାପାରୀ ସୁରମଣି ନାଏକ ଶିକ୍ଷକ ପୋଖରୀଗୁଡା, ପୂର୍ଣ୍ଣଚନ୍ଦ୍ର ବେହେରା ଶିକ୍ଷକ ବାଳକ ଉଚ୍ଚ ବିଦ୍ୟାଳୟ (ଏସ୍ ଏସ୍ ଡି) କାର୍ଯ୍ୟକ୍ରମରେ ବେନ୍ଦାଝୋଲା ୱ୍ଵାର୍ଡ ମେମ୍ବର ସୁରେନ୍ଦ୍ର ନାଏକ, ସୁବାସ ଚନ୍ଦ୍ର କ୍ଳବ୍ ର ସଭାପତି ରୂପଧର ମାଝୀ ସକ୍ରିୟ ସହଯୋଗ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




