Education

ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ

ବଡ଼ଚଣା ବ୍ଲକ ଛତିଆ ସ୍ଥିତ ଶଷିଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ଆଜି ଉଦଯାପିତ ହୋଇଯାଇଅଛି, କ୍ରୀଡା ଶିକ୍ଷୟତ୍ରୀ ଭାନୁମତି ପରିଡା ଏହାକୁ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ, ବିଭିନ୍ନ ବିଭାଗ ରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥା ନ ଅଧିକାର କରିଥିବା ସମସ୍ତ ଛାତ୍ରୀ ଙ୍କୁ ସାର୍ଟିଫିକେଟ ସହ ଟ୍ରଫି ପ୍ରଦାନ କରାଯାଇଥିଲା,ରୀନା ବେହେରା ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲେ, ଗତ ବାର୍ଷିକ ପରୀକ୍ଷା ରେ କୃତୀ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା, ଶିକ୍ଷୟତ୍ରୀ କାଞ୍ଚନ ବାଳା ଷଡ଼ଙ୍ଗୀ ଙ୍କ ସୌଜନ୍ୟ ରୁ ଇଂରାଜୀ ରେ ସର୍ବୋଚ୍ଚ ନମ୍ବର ରଖି ପାସ କରିଥିବା ଛାତ୍ରୀ ଙ୍କୁ ପୁରସ୍କାର ସ୍ୱରୂପ, 500,300,200,ଲେଖାଏ ଅର୍ଥ ରାଶି ପ୍ରଦାନ କରାଯାଇଥିଲା,ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଛାତ୍ରୀ ମାନଙ୍କ ଦ୍ୱାରା ବନ୍ଧୁ ମହାନ୍ତି ନାଟକ ମଞ୍ଚସ୍ଥ ହୋଇଥିଲା, ପୁରସ୍କାର ବିତରଣୀ ଉତ୍ସବ ରେ ଜଗନ୍ନାଥ ସୃଷ୍ଟି ଧର୍ମ ପ୍ରଚାର ସମିତି ର ସଂସ୍ଥାପିକା କୁମାରୀ ଅପର୍ଣ୍ଣା ମୁଖ୍ୟ ଅତିଥି ଓ ଛତିଆ ପଂଚାୟତ ସମିତି ସଭ୍ୟ ଦୀପକ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମୂଲ୍ୟବାନ ଉପଦେଶ ମାଧ୍ୟମ ରେ ମାର୍ଗ ଦର୍ଶନ କରାଇଥିଲେ,ପ୍ରଧାନ ଶିକ୍ଷୟତ୍ରୀ ସବିତା ବାରିକ ଏଥିରେ ଅଧକ୍ଷତା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ନବ କିଶୋର ସ୍ୱାଇଁ ସଭା ସଂଚାଳନ କରିଥିଲେ,ଛତିଆ ସରପଞ୍ଚ ରମେଶ ପୃଷ୍ଟି ପ୍ରାକ୍ତନ ବ୍ଲକ ଅଧକ୍ଷ ପ୍ରହଲ୍ଲାଦ ନନ୍ଦ, ସମାଜ ସେବୀ ପ୍ରିୟ ନାଥ ପୃଷ୍ଟି ଛତିଆ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକକୁମାର ପୃଷ୍ଟି ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ରତ୍ନ ପ୍ରଭା ବିଶ୍ୱାଳଓ ମହା ବିନାୟକ ଗାର୍ଲସ ହାଇସ୍କୁଲ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଚିନ୍ମୟୀ ନାୟକ, ଫାଉଣ୍ଡର ମେମ୍ବର ଅଞ୍ଜନ କୁମାର ନନ୍ଦ ଏସଏମସି ଅଧକ୍ଷା ନୟନା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ଶିକ୍ଷୟତ୍ରୀ ଗୀତି ଧାରା ପୃଷ୍ଟି ଧନ୍ୟବାଦ ଦେଇଥିଲେ,

Related Articles

Back to top button