Education

କୃତି ଛାତ୍ର ଙ୍କୁ ସ୍କୁଲ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା l

ବୌଦ୍ଧ ( ଚିତ୍ତରଞ୍ଜନ ସିଂହ )
-ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ସ୍କୁଲ ପାଇଁ ଗୌରବ ଆଣିଲେ ସୋହନ ନାୟକ । ଚଳିତ ବର୍ଷ ହରଭଙ୍ଗା ବ୍ଲକ ସ୍ତରୟ ବୃତ୍ତି ପରୀକ୍ଷା ରେ ଭାଗ ନେଇଥିଲେ ତୁକୁଲୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ର ସୋହନ ନାୟକ । ଆଜି ହରଭଙ୍ଗା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ହୋଇଛି । ଯେଉଁଥିରେ ବ୍ଲକ ର ୭ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଏହି ଛାତ୍ରଛାତ୍ରୀ ଙ୍କୁ ସରକାରଙ୍କ ପକ୍ଷରୁ ମେଧାବୃତ୍ତି ସହାୟତା ଯୋଗାଇ ଦିଆଯିବ । ୭ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ସୋହନ ନାୟକ ଚତୁର୍ଥ ସ୍ଥାନ ଗ୍ରହଣ କରିଛନ୍ତି । ଯାହା ତୁକୁଲୁଣ୍ଡା ସ୍କୁଲ ଓ ପରିବାର ପାଇଁ ଗୌରବ ଆଣି ଦେଇଥିବା ବେଳେ ଆଜି ସ୍କୁଲ ପକ୍ଷରୁ କୃତି ଛାତ୍ର ଙ୍କୁ ପୁଷ୍ପଗୁଛ ସହ ପୁରସ୍କାର ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସଭା ରେ ଶିକ୍ଷକ ଶ୍ରେଣୀ ଶିକ୍ଷକ ବୁଦ୍ଧଦେବ ସାମଲ, ମିନତୀ ଦାଶ,ସଞ୍ଜୟ କୁମାର ଦେହୁରୀ, ଓ ବାମଦେବ ଦାଶ ଉପସ୍ଥିତ ଥିଲେ । ସୋହନ ନାୟକ ଜଣେ ଗରିବ ଘର ର ମେଧାବୀ ଛାତ୍ର ହୋଇଥିବା ବେଳେ ଆଜି ଏହି ସଫଳତା ପାଇଁ ପରିବାର ଓ ଗାଁ ଲୋକ ଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥିବା ବେଳେ ପରିବାର ଲୋକେ ଶ୍ରେଣୀ ଶିକ୍ଷକ ବୁଦ୍ଧଦେବ ସାମଲ, ମିନତୀ ଦାଶ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Related Articles

Back to top button