ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ


ମଞ୍ଚସ୍ଥ ନାଟକ:- ଯୌତୁକ ଜୁଇରେ ଶାନ୍ତିଲତା
ବେଗୁନିଆପଡା ତା-୨୬-୦୧-୨୦୨୫ ରିଖ, ଜନତା ବିହାର ସ୍ଥିତ ଜନତା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଭିମନ୍ୟୁ ସ୍ୱାଇଁଙ୍କ ପୌରାହିତ୍ୟରେ ଏବଂ ଯୁବ ରେଡକ୍ରସର ଆନୁକୂଲ୍ୟରେ ଖୁବଧୂମଧାମରେ ପାଳିତ ହୋଇଯାଇଛି l ଖେଳଶିକ୍ଷକ ଶ୍ରୀ ଋଷିନାଥ ଚର୍ଚ୍ଚିଙ୍କ ସହଯୋଗରେ ଅଧକ୍ଷ ପତାକା ଉତ୍ତୋଳନ କରଥିଲେ l ଅଧକ୍ଷଙ୍କ ଅଭିଭାଷଣ ପରେ ଯୁବ ରେଡକ୍ରସର ସ୍ବେଛାସେବୀମାନେ ପ୍ୟାରେଡ ମାଧ୍ୟମରେ ଅଭିବାଦନ ପ୍ରଦାନ କରିଥିଲେ l ଯୁବ ରେଡକ୍ରସ ପରାମର୍ଶଦାତା ନିଜର ଅଭିଭାଷଣ ରଖିଥିଲେ l ପୂର୍ବରୁ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା l ମୁଖ୍ୟ ଆକର୍ଷଣ ଥିଲା ଯୁବ ରେଡକ୍ରସ ସ୍ବେଛାସେବୀମାନେ ଯୌତୁକ ଜୁଇରେ ଶାନ୍ତିଲତା ନାଟକ ପରିବେଷଣ କରିଥିଲେ l ଏହାସହିତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରବୀଣ ଖାଡ଼ଙ୍ଗା ମଞ୍ଚ ପରିଚାଳନା କରିଥିଲେ l ଶ୍ରୀ ପ୍ରବୀଣ କୁମାର ଖାଡ଼ଙ୍ଗା, ରାଜେଶ ଗୌଡ଼, ଶ୍ୟାମଘନ ଦାଶ, ପି ରାଜେଶ ପlତ୍ର, ଅରୁଣ ମଣ୍ଡଳ, ରମେଶ ଚନ୍ଦ୍ର ଗୌଡ଼, ଅଚ୍ୟୁତାନନ୍ଦ ଡାକୁଆ, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ମହାନ୍ତି ପ୍ରମ୍ମୁଖ ସହଯୋଗ କରିଥିଲେ l ପରିଶେଷରେ ଶ୍ରୀ ଋଷିନାଥ ଚର୍ଚ୍ଚି ଧନ୍ୟବାଦ ଅର୍ପଣ କରିଥିଲେ l




