Education

ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ|

କଣ୍ଟାମାଳ: -୨୬/୧/୨୫ ( ପ୍ରଭାତ କୁମାର ସାହୁ) ଦେଶର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ଅଞ୍ଚଳର ବିଭିନ୍ନ ସରକାରୀ ଅନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଷ୍ଠାନମାନଙ୍କରେ ତ୍ରୀରଙ୍ଗା ପତକା ଉତ୍ତୋଳନ ହୋଇଯାଇଛି। ଘଣ୍ଟାପଡ଼ା ଡିଗ୍ରୀ କଲେଜରେ ଅଧ୍ୟକ୍ଷ ଗିରିଧର ଦେହୁରୀଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥିଭାବେ ପରିଚାଳନା କମିଟି ସଭାପତି କାର୍ତ୍ତିକେଶ୍ଵର ବେହେରା, ଘଣ୍ଟାପଡ଼ା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପରମାନନ୍ଦ ଡାଙ୍ଗ,ହାଇସ୍କୁଲରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡା, ଏମଇ ସ୍କୁଲରେ ପ୍ରଧାନଶିକ୍ଷକ ମହେନ୍ଦ୍ର କୁମାର ଲୁହା, ପ୍ରାଥମିକ ବିଦ୍ୟାଳୟରେ ଶ୍ରୀମତୀ ସ୍ଵର୍ଣ୍ଣମଞ୍ଜରୀ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସରପଞ୍ଚ ରୀତା କହଁର, ଘଣ୍ଟାପଡ଼ା ଥାନାରେ ଥାନାଧିକାରୀ ନରସିଂହ ମହାପାତ୍ର, କେନ୍ଦୁଲିଫ୍ କାର୍ଯ୍ୟାଳୟରେ ରେଞ୍ଜର ସୁଧିର ବେହେରା, କୁରୁକୁପାସ୍ଥିତ ଭୀମଭୋଇ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟର ନିର୍ଦ୍ଦେଶକ ମନବୋଧନନ୍ଦଙ୍କ ତତ୍ତ୍ଵାବଧାନରେ ସମାଜସେବୀ ଚିଉରଞ୍ଜନ ପାତ୍ର, ତମ୍ବାସିନ ପ୍ରାଥମିକ ବିଦ୍ୟାଳୟରେ ପରିଚାଳନା କମିଟି ସଭାପତି ଗୋପିନାଥ କହଁର ଉପସ୍ଥିତ ରହି ଜାତୀୟ ପତକା ଉତ୍ତୋଳନ କରିଥିଲେ।ପରେ ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button