ପି ଏମ୍ ଶ୍ରୀ ବି.ବି.ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୫ ଅନୁଷ୍ଠିତ


ଢେଙ୍କାନାଳ:ତା.୨୩.୦୧.୨୦୨୫ ରିଖ : ( ) ଶତାୟୁ, ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାତଃ ୦୭ ଘଟିକା ସମୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୫ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ସଭାପତିତ୍ବରେ ବରିଷ୍ଠ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୫ ପାଳନର ଆବଶ୍ୟକତା, ଉଦ୍ଦେଶ୍ୟ,ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ସେମାନଙ୍କ ଜୀବନୀର ଆଲୋଚନା ଓ ଓଡ଼ିଶାର ଵୀରପୁରୁଷମାନଙ୍କ ଆତ୍ମ ବଳିଦାନର ସ୍ମୃତି ଚାରଣ ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଅନେକ ଛାତ୍ରୀ,ଛାତ୍ର ସ୍ଵୀୟ ବକ୍ତବ୍ୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦେଶମାତୃକାର ସର୍ବାଙ୍ଗୀନ ବିକାଶରେ ସହଭାଗୀ ହେବାପାଇଁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ। ସଭାପତି ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱ ଓ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟରେ ଅବସ୍ଥାପିତ ଜଗନ୍ନାଥ,ଗଣେଶ,ସରସ୍ୱତୀ, ପଞ୍ଚସଖା,ବ୍ରଜନାଥ ବଡ଼ଜେନା,ନୃସିଂହ କାନୁନଗୋ,ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଦୀପ ଅର୍ପଣ କରାଯିବା ସହ ମଙ୍ଗଳାଚରଣ ଗାନ,ଶାନ୍ତି ପାଠ,ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା।ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ମିଳିତ ମାର୍ଗଦର୍ଶନରେ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ ସମସ୍ତଙ୍କ ଦ୍ୱାରା ବେଶ ଶିକ୍ଷଣୀୟ, ଉପଭୋଗ୍ୟ ଓ ଆନନ୍ଦଦାୟକ ହୋଇପାରିଥିଲା।ଏତଦବ୍ୟତୀତ ବିଦ୍ୟାଳୟର ଦାୟିତ୍ୱରେ ଥିବା ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁଚିତ୍ରା ସାହୁ,ଡ.ଅନୁପମା ମିଶ୍ର ଓ ଦିପ୍ତିଶ୍ କୁମାର ଶତପଥି,ସମସ୍ତ ପାଚିକା ବୃନ୍ଦ,ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ମାନଙ୍କର ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ଅବସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରୀ,ଛାତ୍ର ମାନଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତେ ତାହାକୁ ଆନନ୍ଦରେ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ, ସଦସ୍ୟା ଝରଣା ପାତ୍ରଙ୍କ ସମେତ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ, ସଂସ୍କୃତ ଶିକ୍ଷକ ଦୀପ୍ତିଶ କୁମାର ଶତପଥୀ,ସୁନିତା ନାଥ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଭୂପେନ୍ଦ୍ର ସିଂ ମାଝୀ,କିରଣ କଣ୍ଟା,ଅନୁପମା ପଣ୍ଡା,କ୍ଷୀରାବଧିତନୟା ମହାପାତ୍ର,କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,କାର୍ଯ୍ୟାଳୟ ସହକାରୀ ସୁଦର୍ଶନସାହୁ,ଭୋକେସନାଲ ଟ୍ରେନର ଶୁଭଶ୍ରୀ ଶୁଭସ୍ମିତା ରାଉତ ଓ ଅଟୋମୋଟିଭ ଟ୍ରେନର ସୁଜିତ ବାରା,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ,ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ମଧ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ. ଅନୁପମା ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




