Education

ନୂଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟ ର ୩୫ତମ ବାର୍ଷିକୋତ୍ସବ । ଉଚ୍ଚାକ୍ଷାଂକି ହେବାକୁ ହେଲେ ତିନି ‘ଅ’ କୁ ଅନୁସରଣ କରିବାକୁ ପଡ଼ିବ-ଜିଲ୍ଲାପାଳ

କଣ୍ଟାମାଳ,୨୩।୧( ପ୍ରଭାତ କୁମାର ସାହୁ): ବଡ଼ ମଣିଷ ହେବା ଅପେକ୍ଷା ଭଲ ମଣିଷ ହେବା ଉଚିତ ବୋଲି ନୁଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବରେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ନୂଆଁପାଲି ଆଦିବାସୀ ଉଚ୍ଚ ବିଦ୍ୟାଳୟର ୩୫ତମ ବାର୍ଷିକୋତ୍ସବ ବିଦ୍ୟାଳୟର ଜାଗୃତି ମଣ୍ଡପରେ ପ୍ରଧାନଶିକ୍ଷକ ଅନନ୍ତ ଚରଣକ୍ଷେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ଶ୍ରୀ ଡାଙ୍ଗ ମୁଖ୍ୟ ଅତିଥି, ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ସଭାପତି ଦିବ୍ୟଶଙ୍କର ରାଉତ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଆତ୍ମ ବିଶ୍ୱାସ ହେଉଛି ସଫଳତାର ଚାବିକାଠି ବୋଲି କହିଥିଲେ ଓ ଉଚ୍ଚାକ୍ଷାଂକି ହେବାକୁ ହେଲେ ତିନିଟି ଅକୁ ଅନୁସରଣ କରିବାକୁ ପଡ଼ିବ। ଅନୁଭୂତି ,ଅନ୍ୱେଷଣ, ଅନୁକରଣକୁ ଆପଣେଇପାରିଲେ ଜଣେ ଶୀର୍ଷ ସ୍ଥାନକୁ ପହଞ୍ଚିପାରିବ ବୋଲି ଉପସ୍ଥିତ ଛାତ୍ରଛାତ୍ରୀ ତଥା ଶତାଧିକ ଅଭିଭାବକ ଅଭିଭାବିକାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଥିଲେ। ସେହିପରି ଅନ୍ୟତମ ଅତିଥି ଭାବେ ପୂର୍ବତନ ବିଧାୟକ ମହୀଧର ରଣା, ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ସ୍କୁଲ ସଭାପତି କରୁଣାକର ସାହୁ, ବ୍ଲକ ମିଳିତ ଶିକ୍ଷକ ସଂଘର ସଭାପତି ନୀଳାଚଳ ଭୋଇ, କଣ୍ଟାମାଳ ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ୧ନଂଜିଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ, କୁଲୁତାଯୋର ସରପଞ୍ଚ ଚୁମକି ଭୋଇ, ମୋ ସ୍କୁଲ ସଭାପତି ପ୍ରେମରାଜ ରଣା ପ୍ରମୁଖ ଯୋଗଦେଇ ସ୍କୁଲର ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରିଥିଲେ। ସଭା ପ୍ରାରମ୍ଭରେ ସହକାରୀ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ l ଶିକ୍ଷକ ଭବାନୀ ଶଙ୍କର ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବିଭିନ୍ନ ଦିଗରେ କୃତିତ୍ଵ ଅର୍ଜନ କରିଥିବା ପୁରାତନ ଛାତ୍ରଛାତ୍ରୀ ବିଶେଷଙ୍କୁ ଏବଂ କ୍ରୀଡ଼ା, ଶିକ୍ଷା ଓ ନୃତ୍ୟ କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l ସହକାରୀ ଶିକ୍ଷକ ଜବରସିଂ ବନଛୋର ଧନ୍ୟବାଦ ଦେଇଥିଲେ l ପରେ ଶଶୀଭୂଷଣ ପ୍ରଧାନଙ୍କ ସଂଯୋଜନାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକଙ୍କ ସହ ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button