Education
ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା


ବୌଦ୍ଧ ଜିଲ୍ଲାରେ ଆଜି ସନ୍ଧ୍ୟାରେ ଯୋଗଦାନ କରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଟେମଲାଲ ଦୁଵେ OES (sr) ଙ୍କୁ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ କରିବା ପୂର୍ବକ ବିଦାୟୀ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗେନ୍ଦେରା କୁଜୁରୁ OES (sr)ଙ୍କୁ ଅନୁଷ୍ଠାନିକ ଭାବେ ବିଦାୟ ସମ୍ବର୍ଦ୍ଧନା ମାନପତ୍ର, ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଏଥିରେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ତଥା ରାଜ୍ୟ ସଂଘର ଉପସଭାପତି ଶ୍ରୀ ଶମ୍ଭୁ ଗିରି, ଜିଲ୍ଲା ସଂଘର ସାଧାରଣ ସମ୍ପାଦକ ଶ୍ରୀ ମହେଶ କୁମାର ସେଠୀ, ଉପସଭାପତି ଶ୍ରୀ ବସନ୍ତ କୁମାର ବିଶ୍ୱାଳ, ବୌଦ୍ଧ ବ୍ଲକ ସଭାପତି ଶ୍ରୀ ରାଜକୁମାର ପ୍ରଧାନ, କୋଷାଧ୍ୟକ୍ଷ ଶ୍ରୀ ସୁଶାନ୍ତ ପଣ୍ଡା, ବରିଷ୍ଠ ସଭ୍ୟ ଶ୍ରୀ ତ୍ରୈଲୋକ୍ୟ ତ୍ରିପାଠୀ, ଶ୍ରୀ ସୌମିତ୍ରୀ ପଲିଆ,ଶ୍ରୀ ନିରଞ୍ଜନ ମେହେର, ଶ୍ରୀ ଦୁର୍ଗାମାଧବ ଆଚାର୍ଯ୍ୟ, ଶ୍ରୀ ପଦ୍ମନାଭ ପ୍ରଧାନ, ଶ୍ରୀ ହୃଦୟ ରଞ୍ଜନ ମିଶ୍ର, ଶ୍ରୀ ସ୍ୱାଧୀନ ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ।




