Education

ବୈରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଉଚ୍ଛବ।

 -୧୮/୧-ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନ ବୈରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୩ତମ ବାର୍ଷିକ ଉଛବ ପାଳିତ ହୋଇଯାଇଛି
ମୁଖ୍ୟ ଅତିଥିଭାବେ ବିଧାୟକ ଅମର କୁମାର ନାୟକ ଯୋଗ ଦେଇ ଶିଶୁମନ୍ଦିର ଟି ୩୩ବର୍ଷରବହୁ ବାଧା ବିଘ୍ନ କୁ ଅତିକ୍ରମ କରି ଆଜି ଗୋଟେ ଭଲ ସ୍ଥିତି ରେ ପହଁଚିଛି। ବହୁ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରିଛି, ଅଂଚଳରେ ନିଜର ସ୍ଥିତି ସୁଦୃଢ କରିଛି, ଆଗାମୀ ଦିନରେ ଏହାକୁ ଆହୁରି ଆଗକୁ ନେବାକୁ ସମସ୍ତ ଉଦ୍ୟମ କରାଯିବ ବୋଲି ବିଧାୟକ କହିଥିଲେ। ସନମାନୀତ ଅତିଥି ଭାବେ ଡାଲମିଆ ସିମେଣ୍ଟ କାରଖାନା ର ଲୋକସମ୍ପର୍କ ଅଧିକାରୀ କବିତା ସାହୁ, ସରପଞ୍ଚ ଲଷ୍ମୀପ୍ରିୟା ଦାସ, ସମିତିସଭ୍ୟା ବିଳାସିନୀ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ବିଦ୍ୟାମନ୍ଦିରର ଉନତି ସମ୍ପର୍କୀୟ ବିଭିନ୍ନ ମତ ରଖିଥିଲେ। ମୁଖ୍ୟବକ୍ତା ଭାବେ ବିଭୁତିଭୂଷଣ ଦାଶ ଅଖିଳ ଭାରତୀୟ କବାଡି ସଂଯୋଜକ ବିଦ୍ୟାଭରତୀ ଯୋଗ ଦେଇ ଶିଶୁଵିଦ୍ୟାମନ୍ଦିରର ସର୍ବଭାରତୀୟ ସ୍ତରରେ ଆଜି ବିଦ୍ୟାକୁ ଆଗକୁ ନେବାକୁ ସର୍ବଦା ଚେଷ୍ଟା କରୁଛି, ଏଠାରେ ପଢ଼ୁଥିବା ପିଲାମାନେ ଏବେ ବହୁ ଆଗରେ, ଏଠାକାର ଅନୁଷ୍ଠାନ ଟି ରେ ବହୁତ ଭଲ ପାଠ ପଢ଼ାଯାଉଛି ବୋଲି ଶ୍ରୀ ଦାଶ କହିଥିଲେ। ପରିଚାଳନା କମିଟିର ସଭାପତି ପ୍ରଦୋଷ ରଞ୍ଜନ ସାହୁ ଙ୍କ ସଭାପତି ତ୍ବ ରେ ଅନୁଷ୍ଠିତ ସଭାରେ ସମ୍ପାଦକ ଭବାନୀ ଶଙ୍କା ଖୁଣ୍ଟିଆ ଅତିଥି ପରିଚୟ ପ୍ରଦାନ କରିଥିଲେ, ପ୍ରଧାନ ଆଚାର୍ଯ୍ୟ ଡମ୍ବରୁ ଧର ରାଉତ ବାର୍ଷିକ ବିବରଣୀ ପାଠକରିଥିଲେ, ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ପ୍ରଦାନ କରିଥିଲେ, ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା,ଗୁରୁମା ଜ୍ୟୋତି ସ୍ମୃତି ଖୁଣ୍ଟିଆ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ। ଅନୁଷ୍ଠାନ ର ଉପ ସଭାପତି ସତ୍ୟଜିତ ସାହୁକୋଷାଧକ୍ଷ ବିଶ୍ୱଜିତ ଖିଲାର, ଗଙ୍ଗାଧର ପରିଡା, ତୃଷ୍ଣା ମୟୀ ବିଶ୍ୱାଳ, ସରୋଜ ପରିଡା, ପ୍ରାଣକୃଷ ସେଠ୍ୟଉର୍ବଶୀ ରାଉଳ ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କମିଟି ସଭ୍ୟ ସଭ୍ୟା ଅଭିଭାବକ ଅଭିଭାବିକା ପ୍ରମୁଖ ସହଯୋଗ କରିଥିଲେ, ଶେଷରେ ମଙ୍ଗରାଜ ଦାଶ ଧନ୍ୟବାଦ ଦେଇଥିଲେ।

Related Articles

Back to top button