Education

ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ପ୍ରଥମ ବର୍ଷ କଳା ଓ ବିଜ୍ଞାନ ର ୧୨୭ ଜଣ ଛାତ୍ରୀକୁ ନେଇ ଆତ୍ମ ସୁରକ୍ଷା ତାଲିମ୍ କର୍ମଶାଳା ଉଦଘାଟିତ ହୋଇଯାଇଛି ଏହା ଛୁଟି ଦିନକୁ ଛାଡି ୮ ଦିନ ଧରି ତାଲିମ୍ ଦିଆଯିବ ବୋଲି ଜଣା ପଡ଼ିଛି। ଉକ୍ତ ତାଲିମ୍ ଶିବିରରେ ଜୁନାଗଡ଼ ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ସଂଘ ର ସଭାପତି ଖଗେଶ୍ୱର ଧାଙ୍ଗଡାମାଝି ଯୋଗଦେଇଥିଲେ,ସମ୍ମାନ୍ନିତ ଅତିଥି ଭାବେ ରାକେଶ କୁମାର ବେମାଲ, ପ୍ରାଧ୍ୟାପିକା ସାଗରିକା ଦାସ, ଜୁନାଗଡ ପୁଲିସ ଷ୍ଟେସନ ର ଦୁଇଜଣ ଥାନାଧିକାରୀ ତପନ କୁମାର କଲୋ, ନିତ୍ୟାନନ୍ଦ ଦାସ,ଅଧ୍ୟାପିକା ପୂର୍ଣ୍ଣିମାସି ମାଝୀ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ର ସଂଯୋଜିକା ଓ ସହ ସଂଯୋଜକ ସମୀର କୁମାର ସାହୁ ଯୋଗଦେଇଥିଲେ । ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ବିଶ୍ଵ ରଞ୍ଜନ ବେହେରା । ବିଭାଗୀୟ ମୁଖ୍ୟ ଓଡ଼ିଆ ଓ ସାହିତ୍ୟ ବିଭାଗ ଦୁଇଜଣ ପ୍ରଶିକ୍ଷକ ଜଳି ପରାଭୋଇ ଓ ଶିବାନୀ ଭାଟି ସମସ୍ତ ଛାତ୍ରୀ ମାନଙ୍କୁ ପ୍ରଶିକ୍ଷଣ ଦେବେ ଏହି କାର୍ଯ୍ୟକ୍ରମ ରେ ବିକାଶ ବେହେରା, ଗୁପ୍ତେଶ୍ଵର ସ୍ୱାଇଁ,ରାଜକୁମାରୀ ବେମାଲ,ବିଶ୍ଵନାଥ ଗୋପାଳ, ବାବୁଲି ଗୋପାଳ ସହଯୋଗ କରିଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ

Related Articles

Back to top button