ବିଦ୍ୟା ଫାଉଣ୍ଡେସନ ର କୁନିକୁନି ପିଲାମାନଙ୍କର ସାମ୍ମୁହିକ ଜନ୍ମଦିନ ପାଳନ ।


ବାଲିଚନ୍ଦ୍ରପୁର ୬/୧ବଡ଼ଚଣା ବ୍ଲକ ଅନ୍ତର୍ଗତ ବଡ଼ଚଣା ବିଦ୍ୟା ଫାଉଣ୍ଡେସନ ର କୁନିକୁନି ପିଲାମାନଙ୍କର ସାମ୍ମୁହିକ ଜନ୍ମଦିନ ପାଳନ ଶପଥ ସ୍ବେଛାସେବୀ ଅନୁଷ୍ଠାନର ଅନୁକୁଲ୍ୟରେ ସଭାପତି ସ୍ବେଛାସେବୀ ସତ୍ୟାନନ୍ଦ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ମହାପୁରୁଷ ଶ୍ରୀ ଶ୍ରୀ ସନ୍ଥ ଅରକ୍ଷିତ ଦାସଙ୍କ ସମାଧି ମନ୍ଦିର ନିକଟ ଓଳାଶୁଣୀ ପୀଠ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଥମେ ବିଞ୍ଝାରପୁର ବ୍ଲକର ବି.ଡି . ଓ ହିତାଂଶୁ ସାମଲ ଯୋଗଦେଇ କୁନିକୁନି ପିଲାମାନଙ୍କ ସାମୁହିକ ଜନ୍ମଦିନ ପାଳନ ଉପଲକ୍ଷେ ପ୍ରଦୀପ ପ୍ରଜ୍ବଳନ ସହ ପୋଡ଼ପିଠା କାଟି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ କମ୍ପୁଟର ପ୍ରୋଗ୍ରାମ ସଂଯୋଜକ ଧର୍ମଶାଳା ବ୍ଲକର ପ୍ରମୋଦ ସାହୁ ,ସାମ୍ବାଦିକ ଏକାଦଶୀ ସେଠୀ ,ପ୍ରଫୁଲ୍ଲ ପଣ୍ଡା ,ଆଲୋକ ପ୍ରଧାନ ,ପୁରୁଷୋତ୍ତମ ପାତ୍ର ,ସମାଜସେବୀ ଆଦିକନ୍ଦ ସାହୁ ବିଜୟ ଜେନା ରଞ୍ଜିତ ସାହୁ ,ସୁମନ୍ତ ଜେନା ,ଶିବ ଜେନା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁଖ୍ୟ ବକ୍ତା ଭାବେ କବି ସାମ୍ବାଦିକ ଭକ୍ତ ଚରଣ ସାହୁ ଯୋଗଦେଇ ଯେଉଁ ମାନଙ୍କର କେହିନାହିଁ ସେମାଙ୍କର ଇଶ୍ୱର ଅଛନ୍ତି ବୋଲି କହି ନିଆରା ଢଙ୍ଗରେ ସେମାଙ୍କର ସାମୁହିକ ଜନ୍ମଦିନ ପାଳନ ହେବା ସ୍ବେଛାସେବୀ ଅନୁଷ୍ଠାନର ମହନୀୟତା କାର୍ଯ୍ୟ କ୍ରମକୁ ସାଧୁବାଦ ଜଣାଇଥିଲେ ।
ଦ୍ୱିତୀୟ ଅଧିବେଶନରେ କଟକ ୪ନଂ ଜୋନ ର ପୋଲିସ କମିଶନର ଅମିତାଭ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କୁନିକୁନି ପିଲାମାନଙ୍କୁ ସୁନ୍ଦର କଥା ରଖି ଉତ୍ସାହିତ ସହ ଆନନ୍ଦିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମାଜର ବିଭିର୍ଣ୍ଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ବହୁ ପ୍ରତିଭାର କୃତି ବ୍ୟକ୍ତିତ୍ୱକୁ ମାନପତ୍ର ,ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ପ୍ରମିଳା ଦାସ ,ରଞ୍ଜନ ଦାସ ,ଭୂଦେବ ସେଠୀ ,ରିତାଞ୍ଜଳୀ ପୃଷ୍ଟି ,ଶିବପ୍ରସାଦ ସାମଲ ,ପଦ୍ମିନୀ କ୍ଲିନର , ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସ୍ୱାଗତ ଭାଷଣ ସାମ୍ବାଦିକ ପ୍ରଦୀପ ମହାରଣା ଦେଇଥିବାବେଳେ ଧନ୍ୟବାଦ ଦେଇଥିଲେ ଶପଥ ସ୍ବେଛାସେବୀ ଅନୁଷ୍ଠାନର ସମ୍ପାଦିକା ସସ୍ମିତା ବେହେରା ।




