ରୋପ୍ୟ ଜୟନ୍ତୀ ଉଦଯାପନୀ ଦିବସ ରେ ଶୋକସଭା ଅନୁଷ୍ଠିତ


ବେଗୁନିଆପଡା,() ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ବିୟୋଗରେ ସାରା ଦେଶରେ ଶୋକ ଦିବସ ପାଳନ କରାଯାଉଥିବାରୁ ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗାଁ ସ୍ଥିତ ବୁରୁଝୁରି ବଲ୍ଲଭ ନାୟକ ଉଚ୍ଚ ବିଦ୍ୟାଳୟ ର ସିଲଭର ଜୁବୁଲି କାର୍ଯ୍ୟକ୍ରମ କୁ ବନ୍ଦ କରି ଶୋକ ସଭା ପାଳନ କରାଯାଇଥିଲା । ଗତ ଚବିଶି ତାରିଖରେ ମାନ୍ୟବର କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ନାୟକ ଏହି ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେଇ ଉଦଘାଟନ କରିଥିଲେ | ଆଜି ତାର ଉଦଯାପନୀ ଉତ୍ସବ ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବଲ୍ଲଭ ନାୟକ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାକୁ ଥିବା ବେଳେ ଗତକାଲି ରାତିରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନ ମୋହନ ସିଂ ଙ୍କ ଦେହାନ୍ତ ନେଇ ଖବର ପ୍ରସାରିତ ହେବା ପରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକୁ ସ୍ଥଗିତ ରଖା ଯାଇଥିଲା | ଏ ନେଇ ସବିଶେଷ ସୂଚନା ଦେଇଥିଲେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ନାହାକ | ସ୍ବର୍ଗତ ମନ ମୋହନ ସିଂ ଙ୍କ ବିୟୋଗରେ ତାଙ୍କ ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମାନ୍ୟବର ବିଧାୟକ ଶ୍ରୀ ପ୍ରତାପ ନାୟକଙ୍କ ସମେତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ତ୍ରିନାଥ ନାହାକ | ପରବର୍ତୀ ମୁହୂର୍ତ୍ତରେ ପ୍ରତିମୂର୍ତ୍ତି ଉନ୍ମୋଚନ ହେବା ନେଇ ମଧ୍ୟ ସୂଚନା ଦେଇଥିଲେ ଶ୍ରୀ ନାହାକ | ତେବେ ଆଜିର କାର୍ଯ୍ୟକ୍ରମକୁ ମାନ୍ୟବର ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା କାର୍ଯ୍ୟକ୍ରମ ଥିବା ବେଳେ ସ୍ୱର୍ଗତ ମନ ମୋହନ ସିଂ ଙ୍କ ବିୟୋଗ ପରେ ସେ ସ୍ବର୍ଗତ ସିଂ ପ୍ରତି ମହତ ମନୋଭାବ ପୋଷଣ କରି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖିଥିଲେ | ତେବେ ଏହି ଶୋକ ସଭା ରେ କୋଦଳା ଏନଏସି ନଗରପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ନାୟକ,ବିଶିଷ୍ଟ ଲେଖକ ତଥା କବି ଦଣ୍ଡପାଣି ସାମନ୍ତରାୟ,ସମାଜସେବୀ ଚିତ୍ରସେନ ପରିଡା, ସତୀଶ ରଞ୍ଜନ ତାରିଣୀ, ନାରାୟଣ ସୁମନ୍ତରାୟ, ଗୋପାଳ କୃଷ୍ଣ ସାହୁ,ଆଲୋକ ଶତପଥି ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମନମୋହନ ସିଂ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ |




