Education

ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ର ୩୫ତମ ବାର୍ଷିକୋତ୍ସବ ଉଦଘାଟିତ

 

 

କଣ୍ଟାମାଳ, 27:12:2024. (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଦପଲା ପଲ୍ଲିଶ୍ରୀ ଉଚ୍ଚ ବିଦ୍ୟାଳୟ ର ୩୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ବାର୍ଷିକୋତ୍ସବ ଉଦଘାଟିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ରଙ୍ଗାଧର ଝାଙ୍କର ଙ୍କ ସଭାପତିତ୍ଵରେ ଆୟୋଜିତ ସାଂସ୍କୃତିକ ସଭାରେ ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ହିଁ ଅଜ୍ଞାନତାର ଅନ୍ଧକାର ଦୂର କରେ ବୋଲି କହିଥିଲେ l ସେହିପରିସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଘନଶ୍ୟାମ ମେହେର, ଗୋଷ୍ଠୀ ଶିକ୍ଷାଧିକାରୀ କଣ୍ଟାମାଳ ସନୋଜ କୁମାର ସେଠି, କମିଟି ସଭାପତି ନିବାସ ମହାକୁଡ଼, ସମ୍ପାଦକ ଶୈଳେନ୍ଦ୍ର ବାରିକ ,ସହକାରୀ ଶିକ୍ଷକ ଅନିଲ କୁମାର ପୁରୋହିତ ପ୍ରମୁଖ ଯୋଗଦେଇ ଉତ୍ତମ ଶିକ୍ଷାର୍ଥୀ ହେବାକୁ ହେଲେ ବିଦ୍ୟାଳୟର ଉତ୍ତମ ପରିବେଶର ଆବଶ୍ୟକତା ରହିଛି ବୋଲି କହିଥିଲେ l ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଓଡିଶା ସେବା ଶିକ୍ଷା ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ଚିତ୍ତରଞ୍ଜନ ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ l ଅନିଲ ପୁରୋହିତ ଅତିଥି ପରିଚୟ ଓ ପ୍ରଧାନଶିକ୍ଷକ ଶ୍ରୀ ଝାଙ୍କର ବାର୍ଷିକ ବିବରଣି ପାଠ କରିଥିଲେ l ଏହିଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ଶିକ୍ଷକ ରୁଷି କୁମାର ଭୋଇ,ଚିରଞ୍ଜିବି ବିଶି, କୁଳମଣି ଡାଙ୍ଗ, ବଂଶୀଧର କର୍ମୀ, ମନୋରଞ୍ଜନ ପ୍ରଧାନ, ଆଶୁତୋଷ ମହାପାତ୍ର, ଭୁବନେଶ୍ୱର ପ୍ରଧାନ, ଫକୀର ଚରଣ ଦେହୁରୀ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅବସର ପ୍ରାପ୍ତ ଶିକ୍ଷକ ବଂଶୀଧର କର୍ମୀଙ୍କ ଦ୍ୱାରା କବିତା ପାଠ ହୋଇଥିଲା l ସଭାରେ ବାର୍ଷିକ କ୍ରୀଡ଼ା ତଥା ବିଭିନ୍ନ ପ୍ରତିଯୋଗିତାର କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ l ଏହିଅବସରରେ ଗତକାଲି ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ମଶାଲ ଶୋଭାଯାତ୍ରା ଓ ଉତ୍ସବ ପତାକା ଉତ୍ତୋଳନ କରାଯାଇଥିଲା l ଉତ୍ସବରେ ବିଦ୍ୟାଳୟ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସଂକୃତିକ କାର୍ଯ୍ୟକ୍ରମ କୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l ଉକ୍ତ ଉତ୍ସବରେ ପରିଚାଳନା କମିଟି ଓ ଆଲୁମିନି ସଦସ୍ୟ ସଦସ୍ୟାଙ୍କ ସହ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ରହିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button