Education

ଭୈରବୀ ସ୍ନାତକ ମହାବିଦ୍ୟାଳୟ, ପୁରୁଣାକଟକରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଆଲୋଚନା ଚକ୍ର

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ଭୈରବୀ ସ୍ନାତକ ମହବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅଧ୍ୟାପିକା ଶ୍ରୀମତୀ ଶୁଭ୍ର ମଲ୍ଲିକା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ପାଠଚକ୍ର ପ୍ରସଙ୍ଗ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ” ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ରମେଶ ଚନ୍ଦ୍ର ତାରେଣିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ହରଭଙ୍ଗାର ଅଧ୍ୟାପକ ଶ୍ରୀଯୁକ୍ତ ସୁଦାମ ଚରଣ ପୃଷ୍ଟି ମୁଖ୍ୟ ଆଲୋଚକ ଭାବେ ଯୋଗ ଦେଇ ପୁଙ୍ଖାନୁପୁଙ୍ଖ ଭାବେ “ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମ ବିକାଶ” ଉପରେ ଆଲୋଚନା କରି କାର୍ଯ୍ୟକ୍ରମ ସଫଳ କରିଥିଲେ । ଉକ୍ତ ପାଠଚକ୍ରରେ ଓଡ଼ିଆ ସମ୍ମାନ ବିଭାଗର ପ୍ରାୟ ଏକଶହ ଛାତ୍ରଛାତ୍ରୀ ଯୋଗ ଦେଇ ଥିଲେ। ଏଥିରେ ୩୦ଟି ସନ୍ଦର୍ଭ ପଠନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦:୩୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ରେ ସମାପ୍ତ ହୋଇଥିଲା । ଏହି ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟାପକ ଲଳିତ କୁମାର ମେହେର, ଡ. ପ୍ରମୋଦ କୁମାର ମହାପାତ୍ର, ରଞ୍ଜିତ କୁମାର ସାମଲ, ସୁରେଶ୍ଵର ଯୋଶୀ, ପୀତବାସ ମେହେର, ଅଧ୍ୟାପିକା ସୁଷମା ରାଣୀ ବୋହିଦାର, ପୂଜା ରାଣୀ ଦେଓ ଯୋଗ ଦେଇଥିଲେ । ଏହି ପାଠ ଚକ୍ରରେ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ଛାତ୍ରୀ ସ୍ଵର୍ଣ୍ଣ ପ୍ରଭା ଦନ୍ତା ମଞ୍ଚ ପରିଚାଳନା କରିଥିବା ବେଳେ; ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଦମୟନ୍ତୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରି କାର୍ଯ୍ୟକୁ ସଫଳ କରିଥିଲେ ।

Related Articles

Back to top button