ଛତିଆ ପିପି ଇଣ୍ଟରନେଶସନାଲ ସ୍କୁଲ ର ବାର୍ଷିକ ଉତ୍ସବ।


ଛତିଆ ଗୋପପୁର ସ୍ଥିତ ପିପି ଇଣ୍ଟରନେଶସନାଲ ସ୍କୁଲ ର ପ୍ରଥମ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାର ଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପାନ୍ଥ ରେ ଗଡିଉଠିଥିବା ବିଦ୍ୟାଳୟ ଗୁଡିକ ରେ ଯଦି ସେ ପୁରୁଣା ଗୁରୁକୁଳ ଶିକ୍ଷା ପ୍ରଦ୍ଧତି କୁ ଅବଲମ୍ବନ କରି ବିଦ୍ୟାଳୟ କତୃପକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଠିକ ଢଙ୍ଗ ରେ ଶିକ୍ଷା ଦେଇପାରିବେ ତେବେ ଆଗାମୀ ପିଢ଼ି ସମାଜ ଗଠନ ରେ ଜଣେ ଜଣେ ଉତ୍ତମ ନାଗରିକ ହେବା ସହ ଭାରତ ବର୍ଷ ର ଶିକ୍ଷା ପ୍ରଦ୍ଧତି ର ଟେକ ରଖିପାରିବେ ବୋଲି ମନ୍ତ୍ରୀ ହରିଚନ୍ଦନ ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ କହିଥିଲେ। ମୁଖ୍ୟ ବକ୍ତା ଭାବେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେଇ ଛତିଆ ଠାରେ ପିପି ଇଣ୍ଟରନେଶସନାଲ ସ୍କୁଲ ଆଧୁନିକ ଜ୍ଞାନ କୌଶଳ ରେ ଯେଉଁ ଶିକ୍ଷା ପ୍ରଦାନ କରୁଛି ତାହା ଆମ ଅଞ୍ଚଳ ର ଗୌରବ ବଢ଼ାଇଛି ବୋଲି କହିଥିଲେ। ସମ୍ମାନିତ ଅତିଥି କୋରେଇ ବିଧାୟକ ଆକାଶ ଦାସ ନାୟକ, ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ଓ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ ର ବରିଷ୍ଠ ଡାକ୍ତର ପ୍ରିୟଦର୍ଶୀ ତ୍ରିପାଠି ,ଅଶୋକ ସାର ,ଚମ୍ପା ପୁର ପଂଚାୟତ ସରପଞ୍ଚ ସୁଲଚନା ପ୍ରଧାନ ପ୍ରମୁଖ ଯୋଗଦେଇ ଆଧୁନିକ ସମାଜ ରେ ଇଂରାଜୀ ମିଡିଅମ ଓ ଶିଶୁବିଦ୍ୟାମନ୍ଦିର ରେ ବହୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଉଛି,ସେଥିମଧ୍ୟରେ ପିପି ଇଣ୍ଟରନେଶସନାଲ ସ୍କୁଲ ଅନ୍ୟତମ ଅଟେ। ଏହାର ଶିକ୍ଷା ପ୍ରଦ୍ଧତି ବହୁତ ଉନ୍ନତି ବୋଲି କହିଥିଲେ।ପିପି ଅନୁଷ୍ଠାନ ର ଚେୟାର ମ୍ୟାନ ପ୍ରଭାଷ ରଞ୍ଜନ ମଲିକ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ନରେନ୍ଦ୍ର ପରିଡା ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷୟିତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଅନୁଷ୍ଠାନ ର ମୁଖ୍ୟ ପରିଚାଳିକା ଅନିତା ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଅନୁଷ୍ଠିତବାର୍ଷିକ କ୍ରୀଡା ପ୍ରତିଯୋଗିତା ରେ
ଭାଗ ନେଇ ବିଜୟ ଲାଭ କରିଥିବାକୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ, ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନାଚ ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ କ୍ରମ ମାନ ପରି ବେଷଣ କରାଯାଇଥିଲା, ସହ ସହ ସଂଖ୍ୟା ରେ ଦର୍ଶକ ଅଭିଭାବକ /ଅଭିଭାବିକା ମଣ୍ଡଳୀ ଉପସ୍ଥିତ ରହି ବହୁ ଆନନ୍ଦ ର ସହିତ ଏହାକୁ ଉପଭୋଗ କରିଥିଲେ,




