Education

ଘଣ୍ଟାପଡ଼ା ହାଇସ୍କୁଲର ୪୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କଣ୍ଟାମାଳ: – ୨୩/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ାସ୍ଥିତ ସମଲେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପିତବାସ ପଣ୍ଡାଙ୍କ ସଭାପତିତ୍ଵରେ ୪୭ତମ ବାର୍ଷିକୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉଦଯାପିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ୧ନଂଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ ଯୋଗଦେଇ ବିଦ୍ୟାଳୟର ପରିବେଶ ଓ ଶିକ୍ଷାର ଉନ୍ନତି ଦେଖି ବହୁ ପ୍ରଶଂସା କରିଥିଲେ ।ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ଏକାଗ୍ରତା ରହି ପାଠ ପଢ଼ିବାକୁ ଉପଦେଶ ଦେଇଥିଲେ। ସେହିପରି ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଗାମ୍ବର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଦ୍ୟାଳୟରେ ଶିକ୍ଷକତା ଅନୁଭୂତି ବଖାଣିଥିଲେ। ସେହିପରି ସମ୍ମାନୀତ ଅତିଥି ଭାବେ ଘଣ୍ଟାପଡ଼ା ସରପଞ୍ଚ ରୀତା କହଁର, ଜିଲ୍ଲା ମିଳିତ ଶିକ୍ଷକ ସଂଘର ସଭାପତି ନିଳାଚଳ ଭୋଇ, ଆଲୁମିନି କମିଟିର ସଭାପତି ସୁଶାନ୍ତ ମାଝୀ, ବରିଷ୍ଠ ଆଲୁମିନି ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଭାତ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଉତ୍ତମ ଶିକ୍ଷାର୍ଥୀ ହେବାକୁ ହେଲେ ବିଦ୍ୟାଳୟର ଉତ୍ତମ ପରିବେଶର ଆବଶ୍ୟକତା ରହିଛି।ସହକାରୀ ଶିକ୍ଷକ ସନ୍ତୋଷ ସାହୁ ଅତିଥି ପରିଚୟ କରିଥିବା ସ୍ଥଳେ ସହକାରୀ ଶିକ୍ଷକ ଆକାଶ ମେହେର ମଞ୍ଚ ପରିଚାଳନା କରିଥିଲେ। ସଭା ପୂର୍ବରୁ ପ୍ରଧାନଶିକ୍ଷକ ଶ୍ରୀପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଶିକ୍ଷକ ଦୁର୍ଗାଶଙ୍କର ପଣ୍ଡା ଧନ୍ୟବାଦ ଦେଇଥିଲେ। ସଭାରେ ବାର୍ଷିକ କ୍ରୀଡ଼ା ଉତ୍ସବରେ କୃତି ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣପତ୍ର ସହ ଟ୍ରଫି ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସଭାପରେ ଶିକ୍ଷକ ଶାନ୍ତନୁ ସେଠୀ ଓ ସୁବାଷ ସାହୁଙ୍କ ସଞ୍ଚାଳନରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନାଚ, ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ଅଭିଭାବିକାଙ୍କୁ ବିଳମ୍ବିତ ସମୟ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ସମସ୍ତ କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଲିପୁନ ପ୍ରଧାନ, ଚନ୍ଦ୍ରକାନ୍ତ ବେହେରା, ବିଭୁତିଭୂଷଣ ଦୁର୍ଗ,ମୁକେଶ ମଲିକ,ଶିକ୍ଷୟତ୍ରୀ ରଶ୍ମିତା ସାହୁ, ସୁପ୍ରଭା ଦେହୁରୀ, ଖେଳ ଶିକ୍ଷୟତ୍ରୀ ମନ୍ଦାକିନୀ ବଗର୍ତ୍ତୀ, ବନମାଳି ମଲିକ, ଅନନ୍ତ ରାଉତ ଓ କୃଷ୍ଣାମୟୀ ମହାକୂଳ ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ଉତ୍ସବରେ ପରିଚାଳନା କମିଟି ଓ ଆଲୁମିନି ସଦସ୍ୟ ସଦସ୍ୟାଙ୍କ ସହ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button