Education

ମନମୁଣ୍ଡାସ୍ଥିତ ଏସଆର୍ ଗ୍ଲୋବାଲ୍ ସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ।

କଣ୍ଟାମାଳ: ୨୩/୧୨: (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡାସ୍ଥିତ ଶ୍ରୀନିବାସ ରାମାନୁଜ ଗ୍ଲୋବାଲ୍ ବିଦ୍ୟାଳୟରେ ଜାତୀୟ ଗଣିତ ଦିନ ଉପଲକ୍ଷେ ବିଶିଷ୍ଟ ଗଣିତଜ୍ଞ ଶ୍ରୀନିବାସନ୍ ରାମାନୁଜନଙ୍କର ସ୍ମୃତିରେ ବାର୍ଷିକୋତ୍ସବ ଓ ଜାତୀୟ ଗଣିତ ଦିନ ପାଳନ କରାଯାଉଛି । ଏହି ଅବସରରେ ଏସଆର୍ ଗ୍ଲୋବାଲ୍ ସ୍କୁଲ୍ ର ଅଧ୍ୟକ୍ଷ ସରିତା ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେରେ ମୁଖ୍ୟ ଅତିଥି ଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ସନୋଜ କୁମାର ସେଠୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ।ମୁଖ୍ୟବକ୍ତା ଭାବେ ଉଲୁଣ୍ଡା ଡିଗ୍ରୀ କଲେଜର ଅଧ୍ୟକ୍ଷ ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଡ. ଦେବାଶିଷ ପାଣ୍ଡିଆ , ସମ୍ମାନୀୟ ଅତିଥିଭାବେ ବାମଣ୍ଡା ହାଇସ୍କୁଲର ଶିକ୍ଷକ ଶ୍ରୀ ପଞ୍ଚାନନ ମିଶ୍ର ଓ ଉକ୍ତ ବିଦ୍ୟାଳୟର ଚ୍ୟାୟାରପର୍ସନ ଶ୍ରୀ ରାମଜୀ ମହାକୁଡ ପ୍ରମୁଖ ଉପସ୍ଥିତ ରହି ବିଜ୍ଞାନର ଦେଶରେ ଗଣିତର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ। ତାପରେ ଖେଳର ଉପକାରୀତା ,ଶିକ୍ଷା ସହ ଶାରୀରିକ ଶିକ୍ଷାର ଆବଶ୍ୟକତା ବିଷୟରେ ମତ ଦେଇଥିଲେ । ଏସଆର୍ ଗ୍ଲୋବାଲ୍ ସ୍କୁଲ୍ ର ଛାତ୍ରଛାତ୍ରୀଙ୍କ ଦ୍ଵାରା ବିଭିନ୍ନ ନାଚ ,ଗୀତ , ଆଦି ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। ପ୍ରଦର୍ଶିତ ହୋଇଥିବା ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ, ଗଣିତ ମେଳାକୁ ଅତିଥିମାନେ ପରିଦର୍ଶନ କରି ଏହାର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ । ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଖେଳର ପ୍ରତିଯୋଗିତା କରାଯାଇଥିଲା।ପ୍ରତିଯୋଗୀତାର ୧୫୦ ଜଣ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପୂର୍ବରୁ ବାର୍ଷିକ ବିବରଣୀ ଗ୍ଲୋବାଲ୍ ସ୍କୁଲ୍ ର ଅଧକ୍ଷ ସରିତା ମେହେର ପଠନ କରିଥିବାସୁଳେ ଓ ଅଧ୍ୟାପକ ସୁରେନ୍ଦ୍ର ପ୍ରସାଦ ଦେହୁରୀ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟରେ ଗ୍ଲୋବାଲ୍ ସ୍କୁଲର ଅଧ୍ୟାପକଅଧ୍ୟାପିକା ଲକ୍ଷ୍ମୀପ୍ରିୟା ମିଶ୍ର , ପିଙ୍କି ଗୁରୁ, ଅନିତା ମହାକୁର, ଅଭିଜିତ ମିଶ୍ର, ଅମିତ ମେହେର , ଛବିଳ ବନଛୋର୍ ଙ୍କ ସହ ମେନକା ଜେନା ,ସୁବାସ ଚନ୍ଦ୍ର ଦେହୁରୀ ,ରେଣୁବାଳା ମହାକୁଡ,ପଞ୍ଚାନନ ସାହୁ ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button