Education

ବ୍ରାହ୍ମଣୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ୩୩ତମ ବାର୍ଷିକ ଉତ୍ସବ

ତାଳଚେର, :- ତାଳଚେର ବ୍ରାହ୍ମଣୀ ବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ୩୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଲିଙ୍ଗରାଜ କୋଇଲା ଖଣି ପ୍ରକଳ୍ପ ଅଧିକାରୀ ଦୁଷ୍ମନ୍ତ କୁମାର ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଦ୍ୟାଳୟର ପ୍ରଶାସକ ଗଣେଶ୍ୱର ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ଭାବେ ସାଧାରଣ ସମ୍ପାଦକ ବିଶ୍ୱହିନ୍ଦୁ ପରିଷଦ ଓଡ଼ିଶା ମହେଶ ସାହୁ ନିଜର ବକ୍ତବ୍ୟ ମାଧ୍ୟମରେ ଆଧୁନିକ ଶିକ୍ଷା କ୍ଷେତ୍ରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଉଲ୍ଲେଖନୀୟ ସଫଳତା ଉପରେ ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ପ୍ରଶାସକ ଚନ୍ଦନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । ମୁଖ୍ୟ ପ୍ରଶାସକ ପ୍ରତାପ ଚନ୍ଦ୍ର ଦେହୁରୀଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦନ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ହାସଲ କରିଥିବା ଶିଶୁ ଭାଇ ଭଉଣୀ ଅଖିଳ ଭାରତୀୟ ଗଣିତ ପତ୍ରବାଚନ ପ୍ରତିଯୋଗିତାରେ ଭାଗ ନେଇଥିବା ଗୁରୁମା ନିରୁପମା ମହାନ୍ତି ଓ ମାତୃକର୍ମଶାଳା ପିଠା ପ୍ରତିଯୋଗିତାରେ ଭାଗ ନେଇଥିବା ଅଭିଭାବିକା ମାନଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ପ୍ରଧାନ ଆଚାର୍ଯ୍ୟ ଦୁଃଖବନ୍ଧୁ ପ୍ରଧାନଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

Related Articles

Back to top button