Education

ଅଇଁଲାଚୂଆଁ ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ। ସମୟାନୁବର୍ତ୍ତୀ ହେଲେ ସଫଳତା ମିଳେ -ମୁଖ୍ୟ ଅତିଥି

କଣ୍ଟାମାଳ: -୨୨/୧୨: (ପ୍ରଭାତ କୁମାର ସାହୁ) ସମୟାନୁବର୍ତ୍ତୀ ହେଲେ ସଫଳତା ନିଶ୍ଚୟ ମିଳେ ବୋଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅଇଁଲାଚୂଆଁସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସହକାରୀ ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ଶାନ୍ତନୁ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ସୁବର୍ଣ୍ଣପୁର ଜିଲ୍ଲାର ତରଭା ସ୍ଥିତ ଜବହାର ନବୋଦୟ ବିଦ୍ୟାଳୟର ଅଧ୍ୟାପକ ଶାଶ୍ଵତ ସାହୁ ଯୋଗଦେଇ ଛାତ୍ର, ଅଭିଭାବକ ଓ ଶିକ୍ଷକଙ୍କ ସମ୍ମନ୍ବୟରେ ଜଣେ ଛାତ୍ରର ଉନ୍ନତି ଘଟିଥାଏ। ସେହିପରି ସମ୍ମାନୀତ ଅତିଥିଭାବେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ ସେଠୀ, ସ୍ଥାନୀୟ କଣ୍ଟାମାଳ କଲେଜର ଅଧାପକ ବସନ୍ତ କୁମାର ଖଟୁଆ ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅଧ୍ୟାପିକା ମୋନାଲିସାପାତ୍ର ଅତିଥି ପରିଚୟ ପ୍ରଦାନ ଓ ଅଧ୍ୟାପକ ପ୍ରଦ୍ୟୁମ୍ନ ଚୌହାନ ମଞ୍ଚ ପରିଚାଳନା କରିଥିବା ସ୍ଥଳେ ଅଧ୍ୟାପକ ଅନନ୍ତ କୁମାର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅଶ୍ରୁମୋଚନ ପଣ୍ଡା, ଯୁଧିଷ୍ଠିର ମେହେର, ଶ୍ୟାମଲାଲ ନାଏକ,ନିହାରୀକା ଦାଶ, ପଙ୍କଜ ମେହେର,ଶ୍କୃତିସୁଧା ମେହେର, ସ୍ୱାଗତିକା ପାଣିଗ୍ରାହୀ, ସତ୍ୟଜିତ ସାହୁ ,ହୃଦାରଞ୍ଜନ ସା,କଲେକ୍ଟର ବାରିକ, ଭରତ କୁମାର ଦେହୁରୀ, ଅରୁଣ କୁମାର ବେହୁରା ସହ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ,

Related Articles

Back to top button