Education

ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୪-୨୫ ଅନୁଷ୍ଠିତ 

ଢେଙ୍କାନାଳ:ତା.୨୧.୧୨.୨୦୨୪ ରିଖ : ( ) ସ୍ଥାନୀୟ ସୌଦାମିନୀ ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ସ୍ମାର୍ଟ୍ ଶ୍ରେଣୀ ଗୃହରେ ଦିବା ୧୧ ଘଟିକା ସମୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ,(ଏସ୍.ସି.ସି ଆର୍.ଟି ),ଓଡ଼ିଶା,ଭୁବନେଶ୍ବରର ସହଯୋଗରେ ଢେଙ୍କାନାଳର ଜିଲ୍ଲା ଶିକ୍ଷାଅଧିକାରୀ ବିନିତା ସେନାପତି,ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ସସ୍ମିତା ସାହୁ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ତାଙ୍କର ସହଯୋଗୀ କାର୍ଯ୍ୟାଳୟ ସହକାରୀ ସନ୍ତୋଷ ଆଚାର୍ଯ୍ୟ, ପର୍ଯ୍ୟବେକ୍ଷକ,ପ୍ରଶିକ୍ଷକ ତଥା କାର୍ଯ୍ୟକ୍ରମ ସଂଚାଳକ ଶିକ୍ଷାବିତ୍ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣଲତା ବେହେରାଙ୍କ ମିଳିତ ମାର୍ଗଦର୍ଶନରେ ଓ ପୌରୋହିତ୍ୟରେ ଢେଙ୍କାନାଳ ଜିଲ୍ଳାସ୍ତରୀୟ ଯୁବ ସଂସଦ ନୂତନ ପୀଢ଼ିର ସ୍ୱର କାର୍ଯ୍ୟକ୍ରମ -୨୦୨୩-୨୪ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଓ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ତଥା ପ୍ରମୁଖ ବିଚାରକ ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଉଦଘାଟନୀ ସଭାରେ କାର୍ଯ୍ୟକ୍ରମର ଶୁଭ ଉଦ୍ ଘାଟନ କରି ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା,ନୂତନତ୍ୱ ଓ ନେତୃତ୍ୱ ନେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନର ଜ୍ଞାନ ଗଣତନ୍ତ୍ରକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଦେଶର ସର୍ବାଙ୍ଗୀନ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍,ବରିଷ୍ଠ ନାଗରିକ, ସୁସାହିତ୍ୟିକ,ସାମାଜିକ କର୍ମୀ ତଥା ସମ୍ବାଦଦାତା ଡ଼ା.ଦେବୀ ପ୍ରସାଦ ମିଶ୍ର ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ସମାଜକୁ ସୂକ୍ଷ୍ମ ଭାବରେ ନିରୀକ୍ଷଣ ସହ ରାଜନୀତି ବିଜ୍ଞାନକୁ ଅଧ୍ୟୟନ କରି ଏହାର ଉପଯୁକ୍ତ ପ୍ରୟୋଗ କଲେ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ବିଚାରକ ଭାବରେ ଓଡ଼ିଶାର ଅନେକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସଫଳ ଅଧ୍ୟାପନା କରିଥିବା ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଟଳ ବିହାରୀ ଦାଶ ଓ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବରେ ଯୋଗଦାନ କରି ଯୁଗ୍ମ ଭାବରେ ଯୁବ ସଂସଦ କାର୍ଯ୍ୟକ୍ରମକୁ ସଫଳ ସଞ୍ଚାଳନ କରିଥିଲେ। ଲୋକ ସଭାରେ ଦର୍ଶକ ଗ୍ୟାଲେରୀରୁ ଲମ୍ପ ପ୍ରଦାନ କରି ରଙ୍ଗୀନ୍ ଗ୍ୟାସ୍ ନିର୍ଗମନ ସମ୍ପର୍କରେ ବିରୋଧୀ,ଶାସକଦଳ ସାଂସଦ ମାନଙ୍କ ମଧ୍ୟରେ ଆରୋପ,ପ୍ରତ୍ୟାରୋପ,ତତ୍ ଜନିତ ହଟ୍ଟଗୋଳ ତଥା ସଂସଦ ଭବନ ବାହାରେ ଉପରାଷ୍ଟ୍ରପତିଙ୍କ ସମ୍ପର୍କରେ ବ୍ୟଙ୍ଗ ପ୍ରଦର୍ଶନ ଯୋଗୁଁ ବିରୋଧୀ ସାଂସଦଙ୍କ ନିଲମ୍ବନ,ନିକଟରେ ମାନ୍ୟବର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପଡ଼ିଯାଇ ମୁଣ୍ଡରେ ଆଘାତ ଜନିତ କାରଣରୁ ସାଂସଦ ରାହୁଲ ଗାନ୍ଧିଙ୍କୁ ଦାୟୀ କରି ଆରୋପ, ପ୍ରତ୍ୟାରୋପ ଏବଂ ନୂତନ ବିଲ୍ ଏକ ଦେଶ ଏକ ନିର୍ବାଚନ ସମ୍ପର୍କରେ ବଳିଷ୍ଠ ବିତର୍କ କାରଣରୁ,ଉଚ୍ଚସ୍ୱରରେ ବୟାନବାଜିରୁ ପ୍ରକୃତ ଛାୟା ସଂସଦର ଭ୍ରମ ସୃଷ୍ଟି ହୋଇ ପାରିଥିଲା ଏବଂ ଏହା ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । ବିଚାରକ ମଣ୍ଡଳୀ ସମସ୍ତ ପ୍ରତିଯୋଗୀଙ୍କ ସାମଗ୍ରିକ ସଫଳ ଉପସ୍ଥାପନାର ବିଭିନ୍ନ ଦିଗକୁ ବିଚାରକୁ ନେଇ ଉଚିତ୍ ମୂଲ୍ୟାଙ୍କନ କରି ଆଗାମୀ ରାଜ୍ୟସ୍ତରୀୟ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସର୍ବଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ଉପଯୁକ୍ତ ଚୟନ କରିଥିଲେ। ବିଚାରକ ବୃନ୍ଦ ସ୍ଵୀୟ ଅଭିଭାଷଣରେ ଯୁବ ସଂସଦ କାର୍ଯ୍ୟକ୍ରମ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ବର୍ଷର ବାସ୍ତବ ସଂସଦ ପରିଚାଳନାର ଏକ ପ୍ରତିଫଳନ ଓ ଏହା ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ରାଜନୈତିକ,ଗଣତାନ୍ତ୍ରିକ ଭାବଧାରାର ଉନ୍ମେଷ କରିବା ପାଇଁ ଓ ଭବିଷ୍ୟତରେ ସେମାନଙ୍କୁ ସୁନାଗରିକ ଭାବରେ ଦେଶ ଗଠନରେ ପ୍ରମୂଖ ଭୂମିକା ନିର୍ବାହ କରିବା ପାଇଁ ପ୍ରେରଣାର ଉତ୍ସ ହୋଇପାରିବ ବୋଲି ଦୃଢ଼ ମତପୋଷଣ କରିଥିଲେ । ଏହା ବ୍ୟତୀତ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କୁ ଉତ୍ସାହିତ କରିବା ସଙ୍ଗେ ସଙ୍ଗେ ନିଖୁଣ ମାର୍ଗଦର୍ଶନ କରିଥିଲେ ।ଏହି ଅବସରରେ ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଦର୍ଶ ବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନବମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ମଧ୍ୟରେ ଢେଙ୍କାନାଳ ସଦର,ଗନ୍ଦିଆ, ଓଡ଼ାପଡ଼ା,ହିନ୍ଦୋଳ,ଭୁବନ,କାମାକ୍ଷାନଗର, ପର୍ଜଙ୍ଗ ଏହିଭଳି ୭ ଟି ବ୍ଲକ୍ ରୁ ପ୍ରତ୍ୟେକରୁ ଜଣେ ଲେଖାଏଁ ଶ୍ରେଷ୍ଠ ଛାତ୍ରୀଛାତ୍ର ଏହି ଯୁବ ସଂସଦ କାର୍ଯ୍ୟକ୍ରମରେ ନିଜ ନିଜର ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକ,ଅଧ୍ୟାପିକା ଅଧ୍ୟାପକ,ଅଭିଭବିକା, ଅଭିଭାବକମାନଙ୍କ ସହିତ ଯୋଗଦାନ କରିଥିଲେ। ପ୍ରାରମ୍ଭରେ ଯୁବ ସଂସଦ କାର୍ଯ୍ୟକ୍ରମରେ ବହୁବର୍ଷର ଅଭିଜ୍ଞତା ଥିବା ମାର୍ଗଦର୍ଶକ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରଶିକ୍ଷକ,ପର୍ଯ୍ୟବେକ୍ଷକ ତଥା ବିଚାରକ ଭାବରେ ଯୋଗଦାନ କରି ଯୁବ ସଂସଦ କାର୍ଯ୍ୟକ୍ରମର ଲକ୍ଷ୍ୟ,ଉଦ୍ଦେଶ୍ୟ, ଆଭିମୁଖ୍ୟ,ସଂସଦ କାର୍ଯ୍ୟକ୍ରମର ନୀତିନିୟମ ଯଥା ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଆଗମନ,ଜାତୀୟ ସଙ୍ଗୀତ ଗାନ,ଅଭିଭାଷଣ ପ୍ରଦାନ,ପ୍ରସ୍ଥାନ,ଧନ୍ୟବାଦ ପ୍ରସ୍ତାବ,କୌଣସି ସାଂସଦଙ୍କ ମୃତ୍ୟୁରେ ଶୋକ ପାଳନ,ଉପ ନିର୍ବାଚନରେ ନବ ନିର୍ବାଚିତ ଦୃଷ୍ଟିବାଧିତ ସାଂସଦଙ୍କ ଶପଥ ଗ୍ରହଣ,ପ୍ରଧାନ ମନ୍ତ୍ରୀ ଓ ଶାସକ ଦଳର ମନ୍ତ୍ରୀ ତଥା ସାଂସଦ, ବିରୋଧୀ ଦଳର ନେତା ତଥା ଅନ୍ୟାନ୍ୟ ସାଂସଦ ମାନଙ୍କର ପ୍ରଶ୍ନୋତ୍ତର,ଅଭିଭାଷଣ,ବଜେଟ ଉପସ୍ଥାପନ ଓ ଆଲୋଚନା,ବିଲ୍ ଆଗତ,କଲିଙ୍ଗ ଆଟେନସନ,ଧ୍ୟାନ ଆକର୍ଷଣ,କଟ ମୋସନ,ଶୂନ୍ୟକାଳ,ପଏଣ୍ଟ୍ ଅଫ୍ ଅର୍ଡ଼ର, ଡିଭିଜନ,ପାର୍ଲିଆମେଣ୍ଟାରି କମିଟି ଗଠନ,ବିଶୃଙ୍ଖଳିତ ସାଂସଦଙ୍କ ନିଲମ୍ବନ,ଲୋକସଭା ପ୍ରରୋଗ ଓ ସାଇନ୍ ଡାଇ ଆଦି ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ସଠିକ ମାର୍ଗଦର୍ଶନ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବିଶ୍ଵନାଥପୁରର ଦଶମ ଶ୍ରେଣୀର ଛାତ୍ର ରୋସନ କୁମାର ସାହୁ ସର୍ବଶ୍ରେଷ୍ଠ ପ୍ରତିଯୋଗୀ ଭାବରେ ପ୍ରଥମ ସ୍ଥାନ ହାସଲ କରି କାର୍ଯ୍ୟକ୍ରମ ସଂଯୋଜକ ଓ ବିଚାରକଙ୍କ ହସ୍ତରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପୁରସ୍କାର ସ୍ଵରୂପ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସମଗ୍ର ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଗାମୀ ରାଜ୍ୟ ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତାରେ ତାଙ୍କର ମାର୍ଗଦର୍ଶକ ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ଢେଙ୍କାନାଳ ଜିଲ୍ଲାକୁ ପ୍ରତିନିଧିତ୍ଵ କରିବା ପାଇଁ ମନୋନୀତ ହୋଇଛନ୍ତି। ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ,ମାର୍ଗଦର୍ଶିକା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ରଙ୍କ ଦ୍ଵାରା ମଙ୍ଗଳାଚରଣ ଗାନ ଓ ପରିଶେଷରେ ଶାନ୍ତିପାଠ କରାଯାଇଥିଲା। କାର୍ଯ୍ୟକ୍ରମ ସଫଳ ଆୟୋଜନ ଓ ସୁପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ସ୍ୱର୍ଣଲତା ବେହେରା ସ୍ବାଗତ ଭାଷଣ,ଅତିଥି ପରିଚୟ ପ୍ରଦାନ ଓ ଫଳାଫଳ ଘୋଷଣା କରିଥିବା ବେଳେ,ବରିଷ୍ଠା ଶିକ୍ଷୟିତ୍ରୀ ସସ୍ମିତା ସାହୁ ଯୁବ ସଂସଦ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱର୍ଣଲତା ବେହେରା,ବରିଷ୍ଠା ଶିକ୍ଷୟିତ୍ରୀ ସସ୍ମିତା ସାହୁ,

ଦିପ୍ତିମୟୀ ହୋତା,ପ୍ରଜ୍ଞାମୟୀ ରାଉତ,ମୋନାଲିନି ନାୟକ, ପ୍ରୀୟଶା ପ୍ରିୟଦର୍ଶିନୀ ଦାସ,ସୌଦାମିନୀ ଦଳେଇ,ଗାୟତ୍ରୀ ମିଶ୍ର,କିରଣବାଳା ଦେବୀ,ଅନିତା ପୃଷ୍ଟି,କାର୍ଯ୍ୟାଳୟ ସହକାରୀ ସମୀର କୁମାର ନାଏକ,ମକୁନ୍ଦ ଚନ୍ଦ୍ର ମହାନ୍ତି,ଦିଲ୍ଲୀପ କୁମାର ସାହୁ ପ୍ରମୁଖ,ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

Related Articles

Back to top button