Education

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦର୍ପଣି ବଡ଼ଚଣା ର ତୃତୀୟ ବାର୍ଷିକ ଉତ୍ସବ ସମାରୋହ।

ଛତିଆ (ଆ ପ୍ର )20/12
ବଡ଼ଚଣା ବ୍ଲକ ନିକଟସ୍ଥ ବଡ଼ଚଣା ପଞ୍ଚାୟତ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦର୍ପଣୀ ର ତୃତୀୟ ବାର୍ଷିକ ଉତ୍ସବ ସମାରୋହ ଆଜି ସକାଳ 10 ଘଣ୍ଟିକା ମହାସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ପ୍ରଦୀପପ୍ରଯୋଳନ କରି ବଡ଼ଚଣା ର ବିଧାୟକ ଅମର ନାୟକ ଉତ୍ସବ କୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ଅଭିଭାଷଣରେ ବଡ଼ଚଣା ର ଶ୍ୟିଖିକପରିବେଶ ର ବହୁ ଉନ୍ନତି ସାଧନ ପାଇଁ ମୋହନ ସରକାର ଅଧିକ ଗୁରୁତ୍ବ ଦେଉଛନ୍ତି। ସାମ୍ପ୍ରତିକ ଶିକ୍ଷା ସମସ୍ୟା ଦୂର କରିବା ପାଇଁ ଯଥା ସାଧ୍ୟ ହୋଇଛି। ବଡ଼ଚଣା ର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଡ଼ିଶା ର ଏକ no ବିଦ୍ୟାଳୟ ରେ ପରିଣତ କରିବା ପାଇଁ ଛାତ୍ର ଛାତ୍ରୀ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କଠିନ ପରିଶ୍ରମ କରିବା ପାଇଁ ଆହୋନ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରାତନ ବି.ବି ସ୍ଵଂୟ ଶାସିତ ମହାିଦ୍ୟାଳୟ ର ପ୍ରାଧ୍ୟାପକ ଡ୍ ଜଚିନ୍ଦ୍ର କୁମାର ରାଉତ ଯୋଗ ଦେଇ କହିଲେ ଯେ ଭାରତ ସରକାର ଆଦର୍ଶ ବିଶ୍ଵ ସ୍ତରିୟ ଶିକ୍ଷା ଦାନ ନିମନ୍ତେ ଆଦର୍ଶ ବିଦ୍ୟାଳୟ ମାଧ୍ୟମ ରେ ଉତ୍ତମ ଶିକ୍ଷକ ନିଯୁକ୍ତି କରି। ଉନ୍ନତ ଛାତ୍ର ଗଢି ତୋଳିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏ ବିଦ୍ୟାଳୟ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ଅଧିକ ଉନ୍ନତ ମତିସ୍କ ଧାରି ଛାତ୍ର ଛାତ୍ରୀ ବୋଲି ବିବେଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବଡ଼ଚଣା ବି. ଡି. ଓ ରବୀନ୍ଦ୍ର କୁମାର ପ୍ରଧାନ ସ୍କୁଲ କମିଟି ର ବରିଷ୍ଠ ସଦ୍ୟାସ ମଧୁସୂଦନ ବଳ ବଡ଼ଚଣା ସରପଞ୍ଚ ରାଜଲକ୍ଷ୍ମୀ ମହାନ୍ତି ଯୋଗ ଦେଇ ଏହି ବିଦ୍ୟାଳୟ ୨୦୧୫ ମସିହା ରେ ଶିଲାନ୍ଯାସ ହୋଇ ୨୦୨୦ ମସିହା ରେ ସରକାର ଙ୍କ ପ୍ରଚେଷ୍ଟା ରେ ବଡ଼ଚଣା ର ଉନ୍ନତ ବିଦ୍ୟାଳୟ ରେ ପରିଣତ ହୋଇଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବଡ଼ଚଣା ର ଅଧ୍ୟକ୍ଷ MS prathasarathi ଅତିଥି ମାନଙ୍କୁ ସ୍ଵାଗତ କରିଥିଲେ ଅତିଥି ପରିଚୟ ପ୍ରଦାନ କରିଥିଲେ ନୃସିଂହ ପାଣିଗ୍ରାହୀ, ମଞ୍ଚ ପରିଚାଳନା ରେ ଅର୍ଚ୍ଚନା ମହାପାତ୍ର ଆଲୋକ କୁମାର ସେଠୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ଓଝା ପ୍ରମୁଖ କରିଥିଲେ। ଧନ୍ୟବାଦ୍ ଦେଇଥିଲେ ଅପଶ୍ମିତା ବିଶ୍ଵାଳ। ଶେଷ ରେ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା, ଓ ବିଦ୍ୟାଳୟ ରେ ଅଧିକ କୃତିତ ଅର୍ଜନ କରିଥିବା ସଫଳ ଛାତ୍ର ଛାତ୍ରୀ ମାନକୁ ଡ୍ରପି ଓ ପ୍ରଶଂସା ପତ୍ର ମୁଖ୍ୟ ଅତିଥି ଓ ଅନ୍ୟ ଅତିଥି ଗଣ ପ୍ରଦାନ କରିଥିଲେ। ଶେଷ ରେ ରଙ୍ଗାରଙ୍ଗ ସଂକୃତିକ କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ପରିବେଷଣ କରି ଆକର୍ଷଣୀୟ ଓ ଉଚ୍ଚ ପ୍ରଶଂସିତ ହୋଇଥିଲା।

Related Articles

Back to top button