Education

ଉମା ଉଚ୍ଚ ବିଦ୍ୟାଳୟର ୧୫ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ,

କଣ୍ଟାମାଳ: -୨୦।୧୨(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ୧୫ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜୋନ ନଂ.୧ ଜିଲାପରିଷଦ ସଦସ୍ୟା ସୁମିତ୍ରା ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପତାକା ଉତ୍ତୋଳନ ପୂର୍ବକ ବାର୍ଷିକ କ୍ରୀଡାର ଶୁଭଉଦଘାଟନ କରିଥିଲେ l ବିଦ୍ୟାଳୟର ପ୍ରଧାନଶିକ୍ଷକ କଷ୍ଟେଶ୍ଵର ଭୋଇଙ୍କ ତତ୍ତ୍ଵାବଧାନରେ କ୍ରୀଡ଼ା ଶିକ୍ଷକ ଦୌଡ଼, ଲମ୍ବଡିଆଁ, ଉଚ୍ଚଡିଆଁ, ଖୋଖୋ, କବାଡି, ମ୍ୟୁଜିକ ଚୌକି ଆଦି ବିଭିନ୍ନ ଖେଳ ପ୍ରତିଯୋଗୀତ ପରିଚାଳନା କରିଥିଲେ ।ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ଜିଲା ପରିଷଦ ସଦସ୍ୟା ଶ୍ରୀମତୀ ସାହୁ ମୁଖ୍ୟ ଅତିଥି, ମିଳିତ ଶିକ୍ଷକ ସଂଘର ସଭାପତି ନୀଳାଚଳ ଭୋଇ ମୁଖ୍ୟବକ୍ତା,ସ୍ଥାନୀୟ ସରପଞ୍ଚ ଦୌଲଥ ପାଣ୍ଡେ, ସମିତିସଭ୍ୟା ଶନ୍ତଳୀ ସୁନା ପ୍ରମୁଖ ସାମ୍ନାନୀତ ଅତିଥି ଭାବେ ଯୋଗଦେଇ ଶିକ୍ଷା ସହିତ ଛାତ୍ରଛାତ୍ରୀଙ୍କ କ୍ରୀଡାର ଆବଶ୍ୟକତା ବିଷୟରେ ବକ୍ତବ୍ୟ ରଖିଥିଲେ । ଆଲୁମିନି ସଭାପତି, ଏସଏମଡିସି ସଭ୍ୟ ସଭ୍ୟା, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’

Related Articles

Back to top button