Education

ମହିଳା ଜୁନିଅର କଲେଜରେ ତମାଖୁ ମୁକ୍ତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ,

କଣ୍ଟାମାଳ:୧୯/୧୨: ( ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ମନୀଷା ଚାନ୍ଦ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପଲଶାଗୋର ଚିକିତ୍ସାଳୟର ଭାରପାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୁନୀଲ କୁମାର ପାଣିଗ୍ରାହୀ ମୁଖ୍ୟ ସଚେତକ ଭାବରେ ଉପସ୍ଥିତ ରହି ତମାଖୁ ସେବନରେ ଶରୀରରେ ଘଟାଉଥିବା କ୍ଷତି ଉପରେ ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ! ସେହିପରି ସୁପରଭାଇଜର ବସନ୍ତ ବାଘ ଉପସ୍ଥିତ ରହି ଘଟଣା ସଂପର୍କୀୟ କେତେକ ଉଦାହରଣ ଦେଇଥିଲେ ! ସଭାରେ ବିଦ୍ୟାଳୟର ଅଧ୍ୟାପକ ଅଶ୍ୱିନୀ କୁମାର ପ୍ରଧାନ , ପୀତବାସ ଦେବତା, ସରୋଜ କୁମାର ମହାକୁଡ଼, ଅଧ୍ୟାପିକା ସ୍ଵାଗତିକା ମିଶ୍ର , ଏଲ ଅର୍ପଣ କୁମାର ସହଯୋଗ କରିଥିଲେ ! ଶେଷରେ ଅଧ୍ୟାପିକା ପଦ୍ମିନୀ ମିଶ୍ର ଧନ୍ୟବାଦ ଦେଇଥିଲେ ! ସଂପୂର୍ଣ୍ଣ କାର୍ଯ୍ୟକ୍ରମ କଲେଜର ଉପଦେଷ୍ଠା ଏଲ ପ୍ରେମନିଧିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button