ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ପ୍ରାଥମିକ ଶିକ୍ଷକ ଭବନ ଭବାନୀପାଟଣା ଠାରେ ନବାଗତ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତୀ (ଯୋଜନା ଭିତ୍ତିକ) ମାନଙ୍କର ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ସଦର ବ୍ଲକ ଶିକ୍ଷକ ସଂଘର ସଭାପତି ଶ୍ରୀଯୁକ୍ତ ମଧୁସୂଦନ ପ୍ରଧାନ ସଭାପତିତ୍ୱ କରିଥିଲେ ଏବଂସଂପାଦକ ଶ୍ରୀ ଯୁକ୍ତ ପ୍ରଦ୍ୟୁମ୍ନ କୁମାର ହୋତା ମହୋଦୟ ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉଦବୋଧନ ସଂଭାଷଣ ପ୍ରଦାନ କରିି ସ୍ୱାଗତ କରିଥିଲେ । ଉକ୍ତସଭା ମଞ୍ଚରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗଦିଶ ମୁଣ୍ଡ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିକ୍ଷା ର ମହତ୍ବ ଓ ଶିକ୍ଷକଙ୍କ ଭୂମିକା ସଂପର୍କରେ ନୂତନ ଶିକ୍ଷକମାନଙ୍କୁ ଦିଗଦର୍ଶନ ଦେଇଥିଲେ । ଅନ୍ୟତମ ସମ୍ମାନ ଅତିଥିଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର କମିକର୍ତ୍ତା ଶ୍ରୀଯୁକ୍ତ ଅମରେନ୍ଦ୍ର ପଟ୍ଟନାୟକ ଓ ତପନ କୁମାର ବେହେରା , ନର୍ଲା ବ୍ଲକ ସଂଘର ସଂପାଦକ ଅମିତ ଶର୍ମା ଓ ଥୁଆମୂଳ ରାମପୁର ବ୍ଲକର ସଭାପତି ଶ୍ରୀଯୁକ୍ତ ଅଜିତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଉଦବୋଧନ ଦେଇ ଥିଲେ । ଏଥି ସହ ସଦର ବ୍ଲକର ଉପସଭାପତି ଶ୍ରୀ ବେଣୁଧର ବିଶ୍ୱାଳ , ଦୁଷ୍ମନ୍ତ ମାଝୀ , ପ୍ରଫୁଲ ବାଗ , କନିଷ୍ଠ ଶିକ୍ଷକ ସଂଘର ସାଂପାଦକ ଶ୍ରୀ କାଳନ୍ଦ୍ରୀ ସ୍ୱାଇଁ, ଉପସଭାପତି ଶ୍ରୀ ବିଜୟ କୁମାର ଦଳାଇ, ଅନ୍ୟାନ୍ୟ ସଦସ୍ୟ ଜଗତଜୀବନ ମହାନ୍ତି, ସମୀର ନିଳକଣ୍ଠ ମହାପାତ୍ର, ମୃତ୍ୟୁଞ୍ଜୟ ପ୍ରଧାନ, ପୁଷ୍ପଲତା ବେହେରା, ପ୍ରିୟମ୍ବଦା ପରିଡ଼ା , ସତ୍ୟମୟୀ ମାଳିନୀ, କସ୍ତୁରୀ ଚାଲାଣ,ସଭା ରେ ଉପସ୍ଥିତ ନୂତନ ଶିକ୍ଷକମାନଙ୍କୁ ପୁଷ୍ପଗୁଛ ସହ ସମ୍ମାନିତ କରିଥିଲେ । ଜିଲ୍ଳା ସଂଘର ସଂପାଦକ ତଥା ରାଜ୍ୟ AUPTFର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ପଟ୍ଟନାୟକ ମହୋଦୟ ରାଜ୍ୟରେ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସଂପର୍କୀତ ରାଜ୍ୟ କାର୍ଯ୍ୟକାରିଣୀ ଜରୁରୀ ବୈଠକରେ ଯୋଗ ଦେବା ପାଇଁ ଭୁବନେଶ୍ବର ଯାଇଥିଲେ ମଧ୍ୟ ସେଠାରେ ଥାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ୱାଗତ ଜଣାଇ ଆଶୀର୍ବାଦ ପ୍ରଦାନ କରିଥିଲେ । ସଭାରେ ୫୦ ରୁ ଉର୍ଦ୍ଧ ନବାଗତ କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଏବଂ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ଅଧିନସ୍ଥ ନବ ନିଯୁକ୍ତ ସମସ୍ତ କନିଷ୍ଠ ଯୋଜନାଭିତ୍ତିକ ଶିକ୍ଷକଙ୍କୁ ଜିଲ୍ଲାର ପ୍ରାଥମିକ ଶିକ୍ଷକ ସଙ୍ଘ ସ୍ୱାଗତ ସମ୍ବର୍ଦ୍ଧନା କରିଵା ସହ ନବ ନିଯୁକ୍ତ କନିଷ୍ଠ ଯୋଜନା ଭିତ୍ତିକ ଶିକ୍ଷକଙ୍କ ମଧ୍ୟରୁ ଶ୍ରୀଯୁକ୍ତ ଜ୍ୟୋତିଷ କୁମାର ନାୟକ ସଭାପତି, ସୁଶ୍ରୀ ଅରୁଣା ମହାରଣା ଉପସଭାପତି,ଶ୍ରୀଯୁକ୍ତ କିରନ କୁମାର ବେହେରା ସମ୍ପାଦକ, ଶ୍ରୀଯୁକ୍ତ ପ୍ରମୋଦ କୁମାର ମୁଦୁଲି ସହସମ୍ପାଦକ,ସୁଶ୍ରୀ ସିଦ୍ଧିସ୍ମିତା ଜେନା କୋଷାଧକ୍ଷ, ଶ୍ରୀଯୁକ୍ତ ରୁପେଶ କୁମାର ପ୍ରଧାନ ମିଡ଼ିଆ କୋଅର୍ଡିନେଟର , ସୁଶ୍ରୀ ବିଶ୍ୱେଶ୍ୱରୀ ଦାସ ସୋସିଆଲ ମିଡ଼ିଆ କୋଅର୍ଡିନେଟର ରହିଵା ସହ ଅଭିଜ୍ଞତା ପ୍ରାପ୍ତ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ହୋତା ପରାମର୍ଶ ଦାତା ଦାୟିତ୍ୱ ଗ୍ରହଣ କରି କାର୍ଯ୍ୟକ୍ରମକୁ ଅତି ସୁରୁଖୁରୁରେ ସମ୍ପାଦନ କରିଥିଲେ l ସର୍ବଶେଷରେ ସଂଘର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ଶେଷ କରିଥିଲେ। ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




