ମନମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ ପାଠପଢ଼ା ସହ କ୍ରୀଡ଼ାର ଆବଶ୍ୟକତା ରହିଛି-ଅତିଥି


କଣ୍ଟାମାଳ: -୦୯|୧୨( ପ୍ରଭାତ କୁମାର ସାହୁ ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି | ଦୁଇ ଦିନଧରି ବାର୍ଷିକ କ୍ରୀଡା ଉତ୍ସବ ପାଳନ ହେବାକୁ ଥୁବା ବେଳେ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଜିତେନ୍ଦ୍ରିୟ ହୋତା ଙ୍କ ପ୍ରତକ୍ଷ୍ୟ ତତ୍ତ୍ଵାବଧାନରେ ଓ ପ୍ରଧାନ ଶିକ୍ଷକ ଶ୍ରୀମତୀ ନମିତା ନାଏକ ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଉକ୍ତ ଉତ୍ସବରେ ପଞ୍ଚସଖା ଶିକ୍ଷା ସେତୁ ସଭାପତି ଶ୍ରୀ ଗୋବର୍ଦ୍ଧନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମାଜସେବୀ ବିଜୟ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା ପତକା ଦେଖାଇ ଉଦଘାଟନ କରିଥିଲେ ଓ ବକ୍ତବ୍ୟରେ ଶିକ୍ଷା ସହିତ ଖେଳର ଆବଶ୍ୟକତା ରହିଥିବା ନେଇ ଛାତ୍ରଛାତ୍ରୀଙ୍କୁ ଉପଦେଶ ଦେଇଥିଲେ। ବିଜ୍ଞାନ ଶିକ୍ଷୟିତ୍ରୀ ଶ୍ରୀମତୀ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ରେଣୁବାଳା ବେହେରା,ଅନ୍ତର୍ଯ୍ୟାମୀ ନୟକ,ଚନ୍ଦ୍ରଶେଖର ମହାକୁଡ଼,ଜ୍ୟୋତ୍ସ୍ନା ଝାଙ୍କର,ଶ୍ରଦ୍ଧାଞ୍ଜଳି ମହାକୁଲ,ରଶ୍ମିତା ବାରିକ ଓ ସୋନାଲି ମେହେର ପ୍ରମୁଖ ଉପସ୍ଥିତ ରହି ବାଳକ ବିଭାଗ ଓ ବାଳିକା ବିଭାଗରେ ୧୦୦ମି. , ୨୦୦ମି. , ୪୦୦ମି. ଦୌଡ଼, ଲମ୍ବଡିଆଁ, ଉଚ୍ଚତିଆଁ, ଖୋ ଖୋ , କବାଡି ଆଦି ଖେଳ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଖେଳରେ ଭାଗ ନେଇ ଆନନ୍ଦ ପ୍ରକାଶ କରିଛନ୍ତି |
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




