ଏସଏସଭିଏମ ସଂକୁଳ ଖେଳକୁଦ ସମାରୋହ


ମୋହନା, 8/12(ସୁଵିତ କୁମାର ନାୟକ ) ଗଜପତି ଜିଲ୍ଲା ମୋହନା ହାଇସ୍କୁଲ ପଡିଆରେ ଶିକ୍ଷା ବିକାଶ ସମିତି ଦିଗପହଣ୍ଡି ସଂକୁଳ ଖେଳକୁଦ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସଂକୁଳ ସଂଯୋଜକ ଷଷ୍ଠୀ ପ୍ରସାଦ ବିଷୋୟୀଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ମୁଖ୍ୟବକ୍ତା ଭାବେ ସଂକୁଳ ପ୍ରମୁଖ ବିଜୟ କୁମାର ପ୍ରଧାନ ଯୋଗଦେଇ ଖେଳକୁଦ ପ୍ରତିଯୋଗିତା ଦ୍ୱାରା ଶିଶୁ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବା ସହ ନିଜର ପ୍ରତିଭା ଦେଖାଇ ପାରିବେ ବୋଲି କହିଛନ୍ତି l କାର୍ଯ୍ୟକ୍ରମ ରେ ମୋହନା ସରସ୍ବତୀ ଶିଶୁବିଦ୍ୟା ମନ୍ଦିର ପରିଚାଳନା ସମିତି ସଭାପତି ପୂର୍ଣଚନ୍ଦ୍ର ଦଲାଇ, ସମ୍ପାଦକ ରବି କୁମାର ପାତ୍ର, ଉପଦେଷ୍ଟା ମଧୁସୂଦନ ପାଢ଼ୀ, କୋଷାଧକ୍ଷ ବୃନ୍ଦାବନ ସାମନ୍ତରା ଯୋଗଦେଇଥିଲେ l ଏହି ଖେଳକୁଦ ପ୍ରତିଯୋଗିତା ରେ ସଂକୁଳ ଅନ୍ତର୍ଗତ 12 ଟି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର 210 ଜଣ ଶିଶୁ ଦୌଡ଼, ଉଚ୍ଚ ଡ଼ିଅଁl, ଲମ୍ବ ଡ଼ିଅଁl, ଶଟପୁଟ, ଡିସକଶ ଥ୍ରୋ ଆଦିରେ ଅଂଶଗ୍ରହଣ କରିଥିଲେ l ଏଥିରେ ସମାରୋପ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ପ୍ରମୁଖ ଉପେନ୍ଦ୍ର ପଣ୍ଡା, ସଂକୁଳ ଉପଦେଷ୍ଠା ଈଶ୍ୱର ଚନ୍ଦ୍ର ଭୂୟାଁ ପ୍ରମୁଖ ଯୋଗଦେଇ ପୁରସ୍କାର ପ୍ରଦାନ କରିଛନ୍ତି l କାର୍ଯ୍ୟକ୍ରମକୁ ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟl ଆରତୀ ପାଢ଼ୀ , ଡ଼େଙ୍ଗାଉସ୍ତl ଶିଶୁ ବିଦ୍ୟାମନ୍ଦିର ଜାନକୀ ବଲ୍ଲବ ବିଷୋୟୀ, ଉପଦେଷ୍ଠା ବାବୁଲା ସେଠି ସଂଚାଳନ କରିଥିଲେ l ମୋହନା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା ସଦସ୍ୟା, ମାତୃ ଭାରତୀ ସଦସ୍ୟା, ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l




