ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଦେଙ୍କାନାଳ ତାର ୬୫ତମ ବାର୍ଷିକ କ୍ରୀଡା ଉତ୍ସବକୁ ସଫଳତାର ସହିତ ଉଦ୍ଜାପନ


ଅଦ୍ୟ ତା 0୭/୧୨/୨୪ ରିଖ ଶନିବାର ସୁଲକ୍ଷଣାଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଦେଙ୍କାନାଳ ତାର ୬୫ତମ ବାର୍ଷିକ କ୍ରୀଡା ଉତ୍ସବକୁ ସଫଳତାର ସହିତ ଉଦ୍ଜାପନ କରିଛି l ଗତ ତା- ୦୬/୧୨/୨୪ ଦିନ ସକାଳ ୭ ଘଟିକା ସମୟରେ କ୍ରୀଡ଼ାଗ୍ନି ପ୍ରଜ୍ବଳନ କରାଯାଇଥିଲା, ଏହାପରେ ଏହି ପ୍ରତିଯୋଗୀତାକୁ ପତାକା ଉତ୍ତଳନକରି ସୁଭାରମ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମିନତୀ ଦେହୁରୀ l ଏହି ଦୁଇଦିନ ମଧ୍ୟରେ ଅନେକ କ୍ରୀଡା ଯଥା – ଦୌଡ଼, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ପୁଚି, ଇତ୍ୟାଦି ୧୦ରୁ ଉର୍ଦ୍ଧ୍ଵ କ୍ରୀଡାକୁ ନେଇ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇଥିଲା l ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଶ୍ରୀମତୀ ଜୟନ୍ତୀ ବେହେରାଙ୍କ ତତ୍ୱବଧାନରେ ନିମନ୍ତ୍ରିତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ କରୁଣାକର ସେଠୀ ଓ ତାଙ୍କ ଛାତ୍ର ନେପୋଲିୟନ ଭୋଇଙ୍କ ଦ୍ୱରା ସମସ୍ତ ପ୍ରରିଯୋଗୀତା ଶୃଙ୍ଖଳିତଭାବେ ପରିଚାଳନା କରଯାଇଥିଲା l ଆଜି ଉଦ୍ଜାପନି ଦିବସରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦ୍ୱରା ପତାକା ଅବନତ କରାଯାଇ ବିଜୟୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହିତ ମେଡାଲ୍ ପ୍ରଦାନ କରାଯାଇଥିଲା l
-ଦୀପ୍ ନାରାୟଣ ଷଡଂଗୀ ସମର୍ଥ ନ୍ୟୁଜ୍ ଢେଂକାନାଳ




