Education

ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟ ରେ ନସା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ

ମୋହନା :2/12(ସୁଵିତ କୁମାର ନାୟକ )ଗଜପତି ଜିଲ୍ଲା ମୋହନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଦିନ ୧୧ ଘଣ୍ଟ ସମୟରେ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ବ୍ଲକ୍ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ରେ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇଥିବା ବେଳେ ଚିତ୍ରାଙ୍କନ, ବିତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ କରାଯାଇଥିଲା। ବିତର୍କ ରେ ବିମଳା ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ସିନିୟର୍ ଶ୍ରୀୟାରାଣୀ ସାହୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଜୁନିୟର ଭାବେ ସାଇ ପ୍ରିୟା ପ୍ରଧାନ ପ୍ରଥମ ସ୍ଥାନ ହାସଲ କରିଥିଲେ। ସେହିପରି ପ୍ରବନ୍ଧ ରେ ସିନିଅର ପ୍ରିୟଦର୍ଶିନୀ ସାହୁ ଓ ଜୁନିୟର ଭାବେ ଶ୍ରୀୟା ଗୌଡ଼ ପ୍ରଥମ ସ୍ଥାନ ହାସଲ କରିଥିଲେ।ଅନ୍ୟପଟେ ଚିତ୍ରାଙ୍କନ ରେ ସିନିଅର ଭାବେ ଶୁଭଦ୍ରା ମାଝୀ ଓ ଜୁନିୟର ଭାବେ ଅନିଶା ମଲ୍ଲିକ ପ୍ରଥମ ସ୍ଥାନ ହାସଲ କରିଥିଲେ। କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ

Related Articles

Back to top button