Education

କୋଦଳା ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ତା- ୦୧/୧୨/୨୪ ରିଖ ଦିନ ବିଶ୍ୱ ଏଡ଼ସ ଦିବସ କାର୍ଯ୍ୟକ୍ରମ ପାଳିତ

କୋଦଳା ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ତା- ୦୧/୧୨/୨୪ ରିଖ ଦିନ ବିଶ୍ୱ ଏଡ଼ସ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅର୍ଥଶାସ୍ତ୍ର ଅଧ୍ୟାପକ ପଞ୍ଚାନନ ଦାସ ସଭାପତିତ୍ୱ କରିଥିଲେ ଏବଂ ଏଚ.ଆଇ.ଭି. ସମ୍ପର୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ | ଏଥି ସହ ୟୁଥ ରେଡ଼କ୍ରସ କାଉନସିଲର ସନ୍ଧ୍ୟାରାଣୀ ତରାଇ, ନିଜର ଅଧିକାରକୁ ସଠିକ ମାର୍ଗରେ ଅନୁସରଣ କରି, କିପରି ଏଚ.ଆଇ.ଭି. ମୁକ୍ତ ପରିବେଶ ଏବଂ ସମାଜ ଗଠନ କରିପାରିବେ, ସେ ସମ୍ପର୍କରେ ଧାରା ବିବରଣୀ ପ୍ରଦାନ କରିଥିଲେ | ନିର୍ବିଶେଷରେ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଏବଂ ଏହି ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରିୟଙ୍କା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ | ଏହାପରେ ବିଧ୍ୟାଳୟରୁ ଏଚ.ଆଇ.ଭି ସଚେତନତାର ଏକ ରାଲି ଗୌରାଦେଇ ଗ୍ରାମ ଅଭିମୁଖେ ବାହାରିଥିଲା I ଏହାକୁ ଅଧ୍ୟାପକ ଆଶୁତୋଷ ସାହୁ, ଅଧ୍ୟାପିକା ପ୍ରିୟଙ୍କା ସାହୁ,ଅଧ୍ୟାପକ ରୋହିତ କୁମାର ବାରିକ, ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ, ଅଧ୍ୟକ୍ଷ ତଥା ବରିଷ୍ଠ ଅଧ୍ୟାପକମାନଙ୍କ ପ୍ରୋତ୍ସାହନ ଏହାକୁ ସଫଳମଣ୍ଡିତ କରିଥିଲା l ଏଥିସହ ସହ ଅନ୍ୟାନ୍ୟ ଶିକ୍ଷକ, ଅଣଶିକ୍ଷକ ଏବଂ ବିଶେଷକରି ଛାତ୍ରଛାତ୍ରୀଙ୍କ ବିପୁଳ ସହଯୋଗ ଏହି କାର୍ଯ୍ୟକ୍ରମଟିକୁ ସଫଳତାର ସହ ସମ୍ପୂର୍ଣ କରିବାରେ ସହାୟକ ହୋଇଥିଲା l

Related Articles

Back to top button