: ଅବସର କାଳୀନ ସମର୍ଦ୍ଧନା ସଭା


ଆଜି ତା -୩ ୦.୧୧.୨୦୨୪ରିଖରେ ବେଗୁନିଆପଡl ବ୍ଳକ ଅନତର୍ଗତ କେ ବରିଡl ଗ୍ରାମରେ ଅବସ୍ଥିତ ଅମରେଶ୍ୱର ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଣ୍ଡା ଅବସର ନେଲେ l ଏଥିପାଇଁ ଏକ ସଭାର ଆୟୋଯନ କରାଯାଇଥିଲା , ଏଥିରେ ଶ୍ରୀ ବିପ୍ଲବି ପ୍ରଧାନ ସଭାପତିତ୍ୟ କରିଥିଲେ,ବି ଇଓ ଶ୍ରୀ ରୁଦ୍ର ନାରାୟଣ ସାହୁ ମୁଖ୍ୟ ଅତିଥି,ସରପଞ୍ଚ ଶ୍ରୀମତୀ ରେଣୁବାଳା ପ୍ରଧାନ ସମ୍ମାନିତ ଅତିଥି, ବ୍ଳକର ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ,ଶିକ୍ଷl ସହିତ ଜଡ଼ିତ ସମସ୍ତ କର୍ମଚାରୀ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l ସଭାକୁ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ମିଶ୍ର , ଶ୍ରୀଯୁକ୍ତ ରାମ ଚନ୍ଦ୍ର ସାହୁ ଓ ଶ୍ରୀଯୁକ୍ତ ନୀଳମଣି ତ୍ରିପାଠି ସୁପରିଚାଳନା କରିଥିଲେ, ଏଥିରେ ଶ୍ରୀଯୁକ୍ତ ଉପେନ୍ଦ୍ର ପଣ୍ଡା, ଶ୍ରୀଯୁକ୍ତ ସାଧୁ ପ୍ରଧାନ, ଶ୍ରୀଯୁକ୍ତ ରବୀନ୍ଦ୍ର ଖlଡଙ୍ଗl, ଜଗନ୍ନାଥ ସାସମଲ, ପ୍ରତାପ କୁମାର ବେହେରା ଓ ସୁରେନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ l କିନ୍ତୁ ଦୁଃଖର ବିଷୟ ଦୀର୍ଘ୍ ୩୫ ବର୍ଷ ଶିକ୍ଷା ଦାନକଲାପରେ ବିନା ପେନସନରେ ଶିକ୍ଷକ ଟିଏ ଘରକୁ ଫେରୁଛି, ତେଣୁ ସମସ୍ତ ମହଲରୁ ସରକାରଙ୍କୁ ଅନୁରୋଧ କରାଯାଉଛି ଯେ ଏହିଭଳି ଶିକ୍ଷକ ଓ କର୍ମଚାରୀମlନକୁ ଅବସରକାଳୀନ ସମସ୍ତ ଆର୍ଥିକ ସାହାଯ୍ୟ ସହିତ ପେନସନର ବ୍ୟବସ୍ଥା କରନ୍ତୁ l




