ରମାଦେବୀ ଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ


ଛତିଆ,୨/୧୨(ଆ ପ୍ର ) ରମାଦେବୀ ଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ଉତ୍କଳ ସର୍ବୋଦୟ ମଣ୍ଡଳ ସମିତିର ଉପଦେଷ୍ଟା ତଥା ରାଜ୍ୟ ସ୍ବାଧୀନତା ସମିତିର ଉତ୍ତର ଦାୟଦ ପ୍ରଶାନ୍ତ ଦାସ୍ ଯୋଗ ଦେଇ ଭାରତ ମୁକ୍ତି ସଂଗ୍ରାମରେ ରମାଦେବୀ ଙ୍କ ଭୂମିକା, ନରୀ ମାନଙ୍କୁ ଆଗକୁ ଆସିବାର ପ୍ରେରଣା, ଗାନ୍ଧିଜୀ ଙ୍କ ସହ ବିଭିନ୍ନ ଆନ୍ଦୋଳନରେ ଯୋଗଦେ କାରାବରଣ କରିବା ସଂପର୍କରେ ବର୍ଣ୍ଣନା କରିଥିଲେ। ମୁଖ୍ୟ ବକ୍ତା ଭାବେ ଉତ୍କଳ ସର୍ବୋଦୟ ମଣ୍ଡଳ ସମିତିର ସଭାପତି ସ୍ତମ୍ବକlର ମିହିର ପ୍ରତାପ ଦାସ ନିଜ ବକ୍ତବ୍ୟରେ ରମାଦେବୀ ଭାରତ ମୁକ୍ତି ସଂଗ୍ରାମର ଏକ ମୁଖ୍ୟ ଭାଗୀଦାର ହେବା ସହ ଓଡ଼ିଶା ରାଜନୈତିକ କ୍ଷେତ୍ରରେ ଜଣେ ବତୀଘର ସଦୃଶ ଥିଲେ। ପିତା ସ୍ବାଧୀନତା ସଂଗ୍ରାମୀ ଖୁଦି ରମ ବସୁ ଙ୍କ କନ୍ୟା ତଥା ମହାନ୍ ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀ ଙ୍କ ପତ୍ନୀ ହିସାବରେ ନିଜର ଯଶ ସବୁଦିନ ପାଇଁ ରଖିଯାଇଛନ୍ତି।ସମ୍ମାନିତ ଅତିଥି ସଂଗ୍ରାମୀ ପରିବାରର ଦାୟଦ ଅସୀମ ଦାସ ଜର୍ମାନୀରେ ରହି ଉଚ୍ଚ ଶିକ୍ଷା କରିବା ସହ ଜର୍ମାନୀର ବିଭିନ୍ନ ସ୍ଥାନମାନଙ୍କରେ ତାଙ୍କର ପ୍ରତିମୂର୍ତ୍ତି ଓ ତାଙ୍କର ଗଣlବଳୀ ଲିପିବଦ୍ଧ ହୋଇଥିବ କଥା ବର୍ଣ୍ଣନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଦେଶାତ୍ମକ ବୋଧକ ସଙ୍ଗୀତ ଗାନ କରି ବା ସହ ରମଦେବିଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ଦେଇଥିଲେ। ଶିକ୍ଷକ ନରେନ୍ଦ୍ର ପ୍ରଧାନ ପ୍ରାରମ୍ଭିକ ସୂଚନା ଦେବା ସହ ଶିକ୍ଷୟିତ୍ରୀ ମାନସୀ ମିଶ୍ର ସ୍ଵାଗତ ଭାଷଣ ଦେଇଥିଲେ। ଏହି କାର୍ଯ୍ୟ କ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଶିକ୍ଷକ ରଶ୍ମି ରଞ୍ଜନ ଷେଣ୍ଢ ଧନ୍ୟ ବାଦ ଅର୍ପଣ କରିଥିଲେ।




