ମହିଳା ହିଂସା ବିରୋଧୀ ସଚେତନତା କାର୍ଯ୍ୟକ୍ରମ


ରିପୋର୍ଟ -ଦୀପ୍ ନାରାୟଣ ଷଡଂଗୀ ସମର୍ଥ ନ୍ୟୁଜ୍ ଢେଂକାନାଳ
-ଜିଲ୍ଲା ପ୍ରଶାସନ ଓ ସଖୀ ପକ୍ଷରୁ ଆୟୋଜିତ 16 ଦିନିଆ ମହିଳା ହିଂସା ବିରୋଧୀ ସଚେତନତା କାର୍ଯ୍ୟକ୍ରମର ଷଷ୍ଠ ଦିବସରେ ଶିବପୁର ଗ୍ରାମର ମା ଲଙ୍ଗବାଉତି ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏହା ଡେଙ୍କାନାଳରେ ନଭେମ୍ବର 25ରୁ ଆରମ୍ଭ ହୋଇ ଲିଙ୍ଗଗତ ଅସମାନତା ଓ ହିଂସାକୁ ଦୂର କରିବା ସହ ସମାଜରେ ସଚେତନତା ଆଣିବାପାଇଁ ପ୍ରୟାସ ଜାରି ରଖିଛି ।
ଶିବପୁରର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସୁଷମା ପ୍ରଧାନ, ଡିଏସ୍ ପି, ଢେଙ୍କାନଳ ମହିଳା ହିଂସାର ଅସୁବିଧା ଓ ଏହାର ନିରାକରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଇଥିଲେ। ତାଲିମଦାତା ପ୍ରଶାନ୍ତ କୁମାର ଦାସ ଲିଙ୍ଗଗତ ହିଂସା, ସମାଜରେ ଏହାର କୁପ୍ରଭାବ, ଏବଂ ଏହାକୁ ଦୂର କରିବାର ଉପାୟ ଉପରେ ଗଭୀର ଆଲୋଚନା କରିଥିଲେ।
ଏହିକାର୍ଯ୍ୟକ୍ରମରେ ସାମୁହିକ ସପଥପାଠ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥିତ ବ୍ୟକ୍ତିମାନେ ମହିଳା ସୁରକ୍ଷା ଓ ହିଂସା ମୁକ୍ତ ସମାଜ ଗଢ଼ି ତୋଳିବା ପାଇଁ ଦୃଢ଼ ସମର୍ଥନ ଦେଇଥିଲେ। ଦସ୍ତଖତ ଅଭିଯାନ ଆରମ୍ଭ ହୋଇଥିଲା, ଯାହା ମାଧ୍ୟମରେ ମହିଳା ହିଂସା ବିରୋଧରେ ସଚେତନତା ସନ୍ଦେଶ ପ୍ରସାରିତ କରାଯାଇଛି।
କାର୍ଯ୍ୟକ୍ରମରେ ଉଦୟେନ୍ଦୁ ମିଶ୍ର, ନିର୍ଦେଶକ, ଶୋଭା ଓ ନଭ ଲିମିଟେଡ୍ ସିଏସଆର ମୁଖ୍ୟ ରାଧେଶ୍ୟାମ ସିଂ ଯୋଗ ଦେଇଥିଲେ l
ଏହି 16 ଦିନିଆ କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ ଏବଂ ସାର୍ବଜନିକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।




