ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପିତୃ ସମ୍ମିଳନୀ


କଣ୍ଟାମାଳ: -୨୩/୧୧/୨୦୨୪ 🙁 ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପରିଚାଳନା କମିଟି ସଭାପତି ସୋମନାଥ ସାହୁ ଙ୍କ ଅଧ୍ୟକ୍ଷତା ରେ ପିତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ କନ୍ଧମାଳ ଶ୍ରୀ ଦେବେନ୍ଦ୍ର କୁଦେଇ ଦୀପ ପ୍ରଜ୍ବଳନ କରି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ । ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଷ୍ଟେଶ୍ୱର୍ ଭୋଇ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଶିଶୁ ଉପରେ ବାପା ର କର୍ତ୍ତବ୍ୟ ଓ ଶିଶୁ ର ସର୍ବାଙ୍ଗୀନ ବିକାଶ ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶା ଙ୍କ ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତୀକେଶ୍ୱର ବେହେରା ,ସହ ସମ୍ପାଦକ ଉପେନ୍ଦ୍ର ଭୋଇ , କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଶିଶୁ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ଅଭିଭାବକ ମାନଙ୍କୁ ନେଇ ଶିଶୁ ବାଟିକା ପ୍ରମୁଖ ସାଇବାନୀ ପାତ୍ର ଚିତ୍ରାଙ୍କନ କ୍ରିୟାକଳାପ କରିଥିଲେ ଓ କୃତି ଅଭିଭାବକ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ସମ୍ପାଦକ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ରାଜକୁମାର ରଣା ଆଚାର୍ଯ୍ୟl ,ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ ସ୍ୱାଗତିକା ନାଗ ସହଯୋଗ କରିଥିଲେ। ପରିଚାଳନା ସମିତି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




