Education

କଣ୍ଟାମାଳ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉଦଯାପିତ ।

କଣ୍ଟାମାଳ: -ତା ୨୨/୧୧/୨୦୨୪ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଦୁଇଦିନ ଧରି ଚାଲିଥିବା ୧୯ ତମ ବାର୍ଷିକ କ୍ରୀଡ଼ା ଇତି ମଧ୍ୟରେ ଉଦଯାପିତ ହୋଇ ଯାଇଛି। ଶାରିରୀକ ପ୍ରମୁଖ ପୁରନ୍ଦର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଭାଗର କ୍ରୀଡ଼ା ପରିଚାଳନା କରିଥିଲେ।ଉଦଯାପନୀ ଦିବସରେରେ କଣ୍ଟାମାଳ ଅଗ୍ନିଶମ ଅଧିକାରୀ ସଞ୍ଜୟ ରାଉତ ସ୍ୱତନ୍ତ୍ର ଅତିଥିଭାବେ ଯୋଗଦେଇ ଅନୁଷ୍ଠାନର ଦୀପ ପ୍ରଜ୍ଜଳନ କରି ଉପସ୍ଥିତ ରହିଥିଲେ।ପରେ ପ୍ରଧାନ ଆଚାର୍ଯ୍ୟ ଭଗବାନ ମନହିରାଙ୍କ ସଭାପତିତ୍ୱରେ ପୁରସ୍କାର ବିତରଣୀ ସଭାରେ ୨ନଂ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ ମୁଖ୍ୟଅତିଥି , ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ହାଇସ୍କୁଲର ପ୍ରଧାନଶିକ୍ଷକ ପ୍ରକାଶ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ କଣ୍ଟାମାଳ ସଂକୁଳ ପ୍ରମୁଖ ସନ୍ତୋଷ କୁମାର ବିଶି ଉପସ୍ଥିତ ରହି ପାଠ ସହିତ କ୍ରୀଡ଼ାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ ଏବଂ ପରେ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରିଥିଲେ। ଗତ ଶୁକ୍ରବାର ଉକ୍ତ କ୍ରୀଡ଼ା ଉତ୍ସବକ କଣ୍ଟାମାଳ ଥାନାଧିକାରୀ ଶ୍ରୀଯୁକ୍ତ ଭାବାନନ୍ଦ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମା ବାଗଦେବୀ ଙ୍କ ପାଖରେ ଦୀପ ପ୍ରଜ୍ବଳନ କରି ୧୯ତମ ବାର୍ଷିକ କ୍ରୀଡାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ ମନ୍ଦିରର ଅବସରପ୍ରାପ୍ତ ସେବକ ନବୀନ ସାହୁ ଯୋଗ ଦେଇ ଥିଲେ।ଦ୍ବୟ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଭଗବାନ ମନହିରI ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ଦେଇଥିଲେ। ସମ୍ପାଦକ
ରଞ୍ଜିପ୍ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ଅନନ୍ୟା ଆନନ୍ଦିତ ମିଶ୍ର ମଞ୍ଚ ପରି ଚାଳନା କରିଥିଲେ ।ପରିଚାଳନା ସମିତିର ସଭାପତି ଲଳିତ କୁମାର ସାହୁ ଓ କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁ ଉପସ୍ଥିତ ଥିଲେ ଓ ସମସ୍ତ ଗୁରୁଜୀ ଗୁରମା ସେବକସେବିକା ଅଭିଭାବକ ଅଭିଭାବିକା ସହଯୋଗ କରିଥିଲେ। ଶେଷରେ ଗୁରୁମା ପ୍ରଭାସିନୀ ଜାଲ ଧନ୍ୟବାଦ ଅର୍ପଣ କରିଥିଲି।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ’

Related Articles

Back to top button