Education

ଆମ୍ବଗାଁ ହାଇସ୍କୁଲ ପରିସରେ ଜିଲ୍ଲାପାଳଙ୍କ ଦ୍ଵାରା ଗୋପପନ୍ଧୁ ଓ ଗଙ୍ଗାଧରଙ୍କ ପ୍ରତିମୃତ୍ତି ଉନ୍ମୋଚନ,

 

 

କଣ୍ଟାମାଳ: -୨୧/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଆମ୍ବଗାଁ ଜନତା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମିତ ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତୀ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଏବଂ କଣ୍ଟାମାଳ ବିଡ଼ିଓ ସାମୀ ଜୟଶ୍ରୀ ରେଡ୍ଡି ଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୁକଦେବ ପଣ୍ଡା ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିଥିଲେ।ପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ସ୍କୁଲର ବିଜ୍ଞାନଗାର, ଇ-ଲାଇବ୍ରେରୀ ଏବଂ ଭୋକେସନାଲ ପରୀକ୍ଷାଗାର ବୁଲି ଦେଖି ଖୁସି ବ୍ୟକ୍ତ କରିଥିଲେ। ତାପରେ ସିଧାସଳଖ ସ୍କୁଲର ନବମ ଶ୍ରେଣୀକୁ ଯାଇ ଛାତ୍ରୀ ଛାତ୍ରମାନଙ୍କୁ ପାଠ ପଢ଼ାଇବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀ ଛାତ୍ରୀମାନଙ୍କ ଖାଇବା ,ରହିବା ଓ ମଶାରୀ ଟାଣି ଶୋଇବା ବିଷୟରେ ପଚାରିବା ସହ ନିୟମିତ ଯୋଗ କରିବା ସହ ସ୍ୱାସ୍ଥ୍ୟ ପରୀକ୍ଷା ବିଷୟରେ ପଚାରି ବୁଝିଥିଲେ l ଶେଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଭଲ ଭାବରେ ପଢ଼ିବା ପାଇଁ ଗୁରୁମନ୍ତ୍ର ଦେବା ସହ ଉତ୍ତମ ଶିକ୍ଷାର୍ଥୀ ହେବାକୁ ପରାମର୍ଶ ଦେଇଥିଲେ ଏବଂ ଉତ୍କଳମଣି ଗୋପବନ୍ଧୁ ଦାସ ଓ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରୀଛାତ୍ର ମାନଙ୍କୁ ଉପଦେଶ ଦେଇଥିଲେ l

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button