Education

ମଲିକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ପାଳିତ ।

କଣ୍ଟାମାଳ: – ୧୯ / ୧୧ /୨୦୨୪: (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଂଚାୟତ ଅନ୍ତର୍ଗତ ମଲିକୁଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରେ ବିଶ୍ୱଶୌଚାଳୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର କହଁରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ଇଆରପି ତଥା ମାଷ୍ଟର ଟ୍ରେନର ରଞ୍ଜନ କୁମାର ପlତ୍ର, ପୂର୍ଣ୍ଣ ଚରଣ ସାହୁ, କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ( କବ୍ଜା )ର ଉପସଭାପତି ପ୍ରଭାତ କୁମାର ସାହୁ, ସହସମ୍ପାଦକ ବଂଶୀଧର ମାଝୀଯୋଗ ଦେଇ ବିଶ୍ୱ ଶୌଚାଳୟ ଦିବସ, ହାତଧୁଆ, ପାଇଖାନା ବ୍ୟବହାର, ସ୍ୱଚ୍ଛତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେl ପରେ ଛାତ୍ରଛାତ୍ରୀମାନଂକୁ ନେଇ ସ୍ୱଚ୍ଛତା ଉପରେ ଏକ ଶପଥପାଠ କାର୍ଯ୍ୟକ୍ରମ ପରେ ସ୍ୱଚ୍ଛତା ଉପରେ ଏକ ରାଲି ମାଧ୍ୟମରେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା l ଉକ୍ତ
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଦୁର୍ବାସା ସାହୁ, ଦିଲ୍ଲୀପ ମହାପାତ୍ର, ଶର୍ମିଲା ମଲିକ,ଅଙ୍ଗନୱାଡି କର୍ମି, ମହିଳା ସ୍ୱାସ୍ଥ୍ୟ କର୍ମି ପ୍ରମୁଖ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button