Education

ଶ୍ରୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ: -୨୦/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଂଚାୟତ ଅନ୍ତର୍ଗତ ଶ୍ରୀମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଶ୍ୱ ଶୌଚାଳୟ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ (କବ୍ଜା) ର ଉପସଭାପତି ପ୍ରଭାତ କୁମାର ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଚେତନତା କାର୍ଯ୍ୟକ୍ରମ ରେ ଇଆରପି ତଥା ମାଷ୍ଟର ଟ୍ରେନର ରଞ୍ଜନ କୁମାର ପlତ୍ର, ପୂର୍ଣ୍ଣ ଚରଣ ସାହୁ, କଣ୍ଟାମାଳ ବ୍ଲକ ସାମ୍ବାଦିକ ସଙ୍ଘ( କବ୍ଜା )ର ସହସମ୍ପାଦକ ବଂଶୀଧର ମାଝୀଯୋଗ ଦେଇ ବିଶ୍ୱ ଶୌଚାଳୟ ଦିବସ, ହାତଧୁଆ, ପାଇଖାନା ବ୍ୟବହାର, ସ୍ୱଛତା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇଥିଲେ। ପରେ ଛାତ୍ରଛାତ୍ରୀମାନଂକୁ ନେଇ ସ୍ୱଚ୍ଛତା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଏକ ରାଲି ହୋଇଥିଲା ଏବଂ ସ୍ୱଚ୍ଛତା ଉପରେ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଯାଇଥିଲା l ଉକ୍ତ
କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ପରମେଶ୍ୱର ରଣା,ଶିକ୍ଷୟିତ୍ରୀ ରଂଜିତା କହଁର, ଉର୍ବଶୀ ବେହେରା ସହଯୋଗ କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button