Country

ପ୍ରବାସୀ ଓଡ଼ିଆଙ୍କ କାର୍ତ୍ତିକ ଉତ୍ସବ ରେ ଯୋଗଦେଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ !!

ମୁମ୍ବାଇ ::-ଦୀର୍ଘ ବର୍ଷଧରି ମୁମ୍ବାଇ ଭଳି ସହରର ମଲାଡ଼ ଠାରେ ପ୍ରବାସୀ ଭାବେ ବସବାସ କରି ଆସୁଥିବା ଓଡ଼ିଶାର ଅଧିବାସୀ ମାନେ ନିର୍ମାଣ କରିଛନ୍ତି ଏକ ସୌନ୍ଦର୍ଯ୍ୟମୟ ଭବ୍ୟ ଜଗନ୍ନାଥ ମନ୍ଦିର !ଜଗନ୍ନାଥ ଙ୍କ ନାମାନୁସାରେ ଗଢିଛନ୍ତି ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ !ପ୍ରତ୍ୟେକ ବର୍ଷ ଯଥା ରୀତିନୀତି ଅନୁସାରେ ବିଭିନ୍ନ ପର୍ବପର୍ବାଣି ପାଳନ କରିବା ସହିତ ଯାନିଯାତ୍ରା ମଧ୍ୟ କରାଇ ଆସୁଛନ୍ତି ! ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ବନ୍ଧୁମିଳନ ଅବସରରେ ଏକ ଆଧ୍ୟାତ୍ମିକ ସାରସ୍ୱତ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ !ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଥିଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂହଦେଓ !ସମ୍ମାନିତ ଅତିଥିଭାବେ ଥିଲେ ବିଜୟ ଗିରକର, ଆରୁ ସିଂ, ଅମର ସା, ସୁନୀଲ କୋଲି, ପ୍ରମୋଦ ଭିଟ୍ୟା, ଯୋଗେଶ ପଡୁୱାଲ ଏବଂ ଜୁନିସ ଖାନ !ଏହି ସାରସ୍ୱତ ସଭାରେ ସଭାପତିତ୍ୱ କରିଥିଲେ ଜୟ ଜଗନ୍ନାଥ ମନ୍ଦିର କମିଟିର ସଭାପତି ପବିତ୍ର ପାଣି !କାର୍ଯ୍ୟକ୍ରମ ର ପ୍ରତ୍ୟେକ କାର୍ଯ୍ୟରେ ସକ୍ରିୟ ସହଯୋଗ କରିଥିଲେ କମିଟିର ସେକ୍ରେଟାରୀ ଗୋବିନ୍ଦ ଦ୍ବିବେଦୀ,କୋଷାଧ୍ୟକ୍ଷ୍ୟ ରବୀନ୍ଦ୍ର କୁମାର ପାଣି, ଅନଲାଇନ ଏଡିଟର ଗୋପାଳ ଗିରି କ୍ୟାମେରାମ୍ୟାନ ସରୋଜକାନ୍ତ ମଲ୍ଲ !ଉପସ୍ଥାପନା ରେ ସହଯୋଗ କରିଥିଲେ ନାରାୟଣ ଚୌଧୁରୀ !ମୁମ୍ବାଇର ପ୍ରବାସୀ ଓଡ଼ିଆଙ୍କ ନିମନ୍ତ୍ରଣ ରକ୍ଷାକରି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ହେତୁ କମିଟି ତରଫରୁ ଉପମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରାଯାଇ ଥିବାର ସୂଚନା ମିଳିଛି !

 

ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୂଜ ଓଡିଶା !!

Related Articles

Back to top button