କଳିଙ୍ଗ କିଡ୍ସ ଫେଷ୍ଟ -2024 ଉଦଘାଟିତ


ପୁରୀ – କ୍ଷେତ୍ରମୋହନ ଫାଉଣ୍ଡେସନ ଓ କଳିଙ୍ଗ ସ୍ମାର୍ଟ ସ୍କୁଲ ମିଳିତ ଆନୁକୂଲ୍ୟରେ ରେ କଳିଙ୍ଗ କିଡ୍ସ ଫେଷ୍ଟ -2024 ମୁକ୍ତାକାଶ ରଙ୍ଗମଞ୍ଚ, ଶରଧାବାଲି ଠାରେ ଅନୁଷ୍ଠିତ ହୋଇଥିଲା l ପୂର୍ବରୁ ରାଜ୍ୟସ୍ତରୀୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, କୌତିକ ପୋଷାକ, ନୃତ୍ୟ, ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା l କଳିଙ୍ଗ କିଡ୍ସ ଫେଷ୍ଟ -2024 ର ଅଭର୍ଥନା କମିଟି ର ଅଧକ୍ଷ ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ କରାଯାଇଥିଲା l ଅନୁଷ୍ଠାନ ର ମୁଖ୍ୟ ପରିଚାଳନା ନିର୍ଦେଶକ ସମାଜସେବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ପ୍ରଥମେ ଅଥିତି ପରିଚୟ ଓ ଫେଷ୍ଟ ର ଲକ୍ଷ୍ୟ ଉଦେଶ୍ୟ କହିବା ସହ ଆମ ପୁରୀ ପିଲାମାନେ କଳା ସଂସ୍କୃତି ରେ ଇତିହାସ ସୁଷ୍ଟି କରିଛନ୍ତି l ପିଲାମାନେ ଆଜିର ନାଗରିକ କାଲିର ଆମ ରାଜ୍ୟ ଓ ଭାରତ ର ଭବିଷ୍ୟତ l ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଛାତ୍ର ଛାତ୍ରୀ ମାନେ ପାଠ ପଡିବ ସହ କଳା, ସାହିତ୍ୟ, ନୃତ୍ୟ ରେ ରୁଚି ରହିବା ଦରକାର ପିଲାମାନେ ତାହାଲେ ରାଜ୍ୟ ସ୍ତରୀୟ ରେ ନାମ ସୁନାମ କରିପାରିବେ l ଶ୍ରୀଯୁକ୍ତ ମନୋଜ କୁମାର ରଥ ମୁଖ୍ୟବକ୍ତା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ ତ୍ରିପାଠୀ ଓ ବ୍ଲକ ଶିକ୍ଷା ଅଧିକାରୀ,ପୁରୀ ସଦର ଶ୍ରୀଯୁକ୍ତ ପ୍ରମୋଦ କୁମାର କର ଭାବେ କହିଲେ ଶିଶୁ ମାନେ କେବଳ ପାଠ ପଡ଼ାଇବା, କିମ୍ବା ଚିତ୍ରାଙ୍କନ ନୃତ୍ୟ କରିଦେଲେ ହବନି ପିଲା ନିଜେ ଯାହା କରି ପାରିବ ତାହା କରିବା ଦରକାର କୁନ୍ତୁ ଅଭିଭାବକ ମାନେ ପିଲାଙ୍କୁ ଅନ୍ୟ ବାଟରେ ଦେଖାଉଛନ୍ତି ସେଥିପାଇଁ ପିଲାମାନେ ଉର୍ନ୍ନତି କରିବାରେ ସକ୍ଷମ ହେଇପାରୁ ନାଁହାନ୍ତି ତେଣୁ ଏଥିପ୍ରତି ଦୃଷ୍ଟି ଦେବା ଦରକାର l ଶ୍ରଯୁକ୍ତ ଅର୍ବୋଦ ଦାସ ସାମାନନୀୟ ଅତିଥି ଯୋଗ ଦେଇ କହିଲେ ପାଠ ପଡିବା ସହ ଭିବିନ୍ନ ପ୍ରତିଯୋଗିତା ରେ ଭାଗ ନେବେ ଏହା ଦ୍ଵାରା ପିଲାଙ୍କ ଦକ୍ଷତାର ବିକାଶ ହେବ ଦିନେ ଏହି ପିଲାମାନେ ଦିନେ ଡକ୍ଟର, ଇଞ୍ଜିନୟର, ଜିଲ୍ଲାପାଳ ବଡ଼ ବଡ଼ ଅଫିସର ହେଇପାରିବେ l ଅନ୍ୟତମ ଅଥିତି ଶ୍ରୀଯୁକ୍ତ ବିଜୟ କୁମାର କବି ଓ ଶୀଧେଶ୍ୱର ରାଉତ କହିଲେ ଆଜି ଛାତ୍ରଛାତ୍ରୀ ମାନେ କୋଉ ଗୁଣରେ କମ ନୁଁହନ୍ତି l ଶିକ୍ଷା, କଳା ନୃତ୍ୟ ସବୁ କ୍ଷେତ୍ରରେ ଯଦି ମନ ଧ୍ୟାନ ଦେଇ କରି ପାରିବେ ତାହାଲେ ରାଜ୍ୟ ଓ ଜାତୀୟସ୍ତର ରେ ବି ନାମ ଅର୍ଜନ କରି ପାରିବେ l ମଞ୍ଚ ରେ କ୍ଷେତ୍ରମୋହନ ଫାଉଣ୍ଡେସନ ର ପ୍ରତିଷ୍ଠାତା କୁନ୍ତଳା ପ୍ରଧାନ, ଉପାଧ୍ୟାକ୍ଷ ଶ୍ରୀଯୁକ୍ତ ସୁକାନ୍ତ ପଣ୍ଡା, ଶ୍ରୀଯୁକ୍ତ ହେମନ୍ତ ସାହୁ, ସସ୍ମିତା ସାହୁ ଲୋକନାଥ ସୁବୁଦ୍ଧି ଉପସ୍ଥିତ ଥିଲେ ଶେଷରେ କଳିଙ୍ଗ ସ୍ମାର୍ଟ ସ୍କୁଲ ର ଅଧ୍ୟକ୍ଷା ପ୍ରଜ୍ଞା ଶୁଭମିତା ପ୍ରତିହାରୀ ଧନ୍ୟବାଦ ଦେଇଥିଲେ l ଚଳିତ ବର୍ଷ ରେ ଶ୍ରୀଯୁକ୍ତ ପ୍ରମୋଦ କୁମାର କର ଙ୍କୁ *କଳିଙ୍ଗ ଶିକ୍ଷା ଗୁରୁ ସଂମ୍ମାନ* , ଶ୍ରୀଯୁକ୍ତ ଅର୍କତ ଦାସ ଓ ଲୟନ ଉଦୟ ଚାନ୍ଦ ମଲ୍ଲିକ ଙ୍କୁ *କଳିଙ୍ଗ ଉଦେଗ୍ୟ ସଂମ୍ମାନ*, ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ, ଲୟନ ବିଷ୍ଣୁପ୍ରିୟା ଦାସ ଓ ପାର୍ବତୀ ମେମାରିଆଲ ଚାରିଟେବୁଲ ଟ୍ରଷ୍ଟ ଙ୍କୁ *କଳିଙ୍ଗ ସେବା ସଂମ୍ମାନ* ଓ ପ୍ରତୀକ୍ଷା ପ୍ରିୟଦର୍ଶିନୀ ରଥ ଙ୍କୁ *କଳିଙ୍ଗ ପ୍ରତିଭା ସଂମ୍ମାନ* ଦିଅଯାଇଥିଲା ଏବଂ 13 ବିଚାରକ ମାନଙ୍କୁ ସଂମ୍ମାନିତ କରାଯାଇଥିଲା l କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ସହ ପ୍ରାଇଜ ପ୍ରଦାନ କରାଯାଇଥିଲା l କଳିଙ୍ଗ କଳା ନିକେତନ ଦ୍ଵାରା ସଂସ୍କୃତିକ ପରିବେଷଣ କରିଥିଲେ l କାଯ୍ୟକ୍ରମ କୁ ଲଲାଟେନ୍ଦୁ ମିଶ୍ର ସଂଯୋଜନା କରିଥିଲେ l ଦେବେନ୍ଦ୍ର ପ୍ରଧାନ, ଅନିଲି କୁମାର ସାହୁ, ସାଗରୀକା ପ୍ରଧାନ, ଜ୍ଞାନ ଜ୍ୟୋତି ଶିଂ, ଐଶ୍ୱରିୟା ମହାନ୍ତି, ପ୍ରିୟଙ୍କା ରଥ, ବିଶ୍ୱଜିତା ମିଶ୍ର ବିଶ୍ୱଜିତା ନନ୍ଦ, ପୁଷ୍ପ ମହାପାତ୍ର, ଗାୟତ୍ରୀ ମହାପାତ୍ର, ଲିଲି ସାହୁ, ରବି ନାରାୟଣ ପୃଷ୍ଟି, ବିପିନ ଭୋଇ, ସନ୍ଦୀପ ପ୍ରଧାନ, ପିନାକୀ ମିଶ୍ର ଓ ପ୍ରତ୍ୟୁଷ ବରାଳ ଉପସ୍ଥିତ ରହି କାଯ୍ୟକ୍ରମ ରେ ସହଯୋଗ କରିଥିଲେ l





