କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ବିଜ୍ଞାନ ମେଳା ଉଦଘାଟିତ


ପୁରୀ – ଗୁଣ୍ଡିଚା ମନ୍ଦିର ପଛପଟେ ହରିହର ବିହାରସ୍ଥିତ କଳିଙ୍ଗ ସ୍ମାର୍ଟ ସ୍କୁଲ ରେ ବିଜ୍ଞାନ, କଳା ଓ ହସ୍ତଶିଳ୍ପ ମେଳା ହୋଇଥିଲା ଏହାକୁ ମୁଖ୍ୟ ଅଥିତି ପୁରୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋଜ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ l ଉତ୍କଳ ବିଦ୍ୟୁତ ପରିଷଦ ଅଧକ୍ଷ ସମାଜସେବୀ ଶ୍ରୀଯୁକ୍ତ ମନୋଜ କୁମାର ରଥ, ସମାଜସେବୀ ସଂଜୀବ ମହାନ୍ତି ଓ ସନ୍ଦୀପ କର୍ମକାର ଉପସ୍ଥିତ ରହି ପିଲାଙ୍କ ଭବିଷ୍ୟତ ସଫଳ କାମନା କରିଥିଲେ l ପ୍ରଥମଥର ପାଇଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ପ୍ରକଳ୍ପ କରିଥିଲେ l ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବହୁତ ଖୁସି ବ୍ୟକ୍ତ କରିଥିଲେ l ବିଦ୍ୟାଳୟର ଫାଉଣ୍ଡର ତଥା ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ କୁମାର ପ୍ରଧାନ ପରିଚାଳନା କରିବା ପିଲାମାନଙ୍କର କିପରି ଦକ୍ଷତା ବିକାଶ ହେବ ତାହା କହିଥିଲେ l ପ୍ରିସିପାଲ ପ୍ରଜ୍ଞା ଶୁଭମିତା ପ୍ରତିହାରୀ, ପୁଷ୍ପଲତା ମହାପାତ୍ର, ଐଶ୍ୱରିୟା ମହାନ୍ତି, ବିଶ୍ୱଜିତା ମିଶ୍ର, ସାଗରୀକା ପ୍ରଧାନ, ଅନିଲ କୁମାର ସାହୁ, ଦେବେନ୍ଦ୍ର ପ୍ରଧାନ, ଜ୍ଞାନଜ୍ୟୋତି ସିଂ, ବିଶ୍ୱଜିତା ନନ୍ଦ, ପ୍ରିୟଙ୍କା ରଥ ଗାୟତ୍ରୀ ମହାପାତ୍ର ଓ ଲିଲି ସାହୁ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l




