ଉଦୀୟମାନ” ପକ୍ଷରୁ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ।


ଧାନମଣ୍ଡଳ ସ୍ଥିତ ଉଦୀୟମାନ କଳା ପରିଷଦ ଠାରେ ମହା ଆନନ୍ଦ ଉଲ୍ଲାସରେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ ପାଳିତ ହୋଇଯାଇଛି।
ଆଜି ପ୍ରଭାତରୁ ଅନୁଷ୍ଠାନ ପକ୍ଷରୁ ସ୍ଥାପିତ କରାଯାଇଥିବା ପ୍ରତ୍ୟେକ ମହାପୁରୁଷଙ୍କ ସମେତ ନେହେରୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିସାରିବା ପରେ ଛତିଆ ଗୋବିନ୍ଦପୁର ଶବରପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫୁଲ ଫଳ ଔଷଧୀୟ ଚାରାଗଛ ରୋପଣ କରାଯିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ନୂଆ ପୋଷାକ , ଛବିଳ ବର୍ଣ୍ଣବୋଧ ପୁସ୍ତକ, ପେନ୍, ଖାତା ପେନସିଲ, ଆଦି ପାଠ୍ୟ ଉପକରଣ ପ୍ରଦାନ କରିଥିଲେ । ସେହିପରି ଅନୁଷ୍ଠାନର ବିଭିନ୍ନ ଶାଖାରେ ଶିଶୁ ଦିବସ ପାଳନ କରାଯାଇ ସେମାନଙ୍କୁ ମିଷ୍ଟାନ୍ନ ଓ ଖେଳନା ସାମଗ୍ରୀ ବଣ୍ଟନ କରାଯାଇଛି । ସର୍ବଶେଷରେ ଉଦୀୟମାନ କଳା ପରିଷଦ ଗୃହରେ ଆଡ଼ମ୍ବର ସହକାରେ ଉତ୍ସବ ପାଳନ କରାଯାଇ ଅତିଥି ମାନଙ୍କ ଦ୍ବାରା ଆଦିବାସୀ ଛାତ୍ରୀଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ଶିଶୁ ମହୋତ୍ସବରେ ଅନୁଷ୍ଠାନର ଉପଦେଷ୍ଟା ପ୍ରାକ୍ତନ ଶିକ୍ଷା ନିରୀକ୍ଷକ ରାମଚନ୍ଦ୍ର ଶୁକ୍ଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସ ସଂପାଦିକା ଅରୁଣୀ ନନ୍ଦ , ପ୍ରଧାନ ଶିକ୍ଷକ ନିଳକଣ୍ଠ ବ୍ରହ୍ମ , ସ୍ବେଚ୍ଛାସେବୀ ବିଶ୍ଵ ଭୂଷଣ ସାହୁ , କୋଷାଧ୍ୟକ୍ଷା ପାର୍ବତୀ ସାହୁ, ପରିଚାଳନା ସଂପାଦିକା ବିଷ୍ଣୁପ୍ରିୟା ମହାନ୍ତି ପ୍ରମୁଖ ଯୋଗଦେଇ କୁନି କୁନି କଳିକା ମାନଙ୍କୁ ଗୀତ ଗପ ମାଧ୍ୟମରେ ବହୁ ଉପାଦେୟ କଥା ମାନ କହିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।




