ରୁକୁଟିପାଟ ବିଦ୍ୟାଳୟ ରେ ଚାଚା ନେହେରୁ ଙ୍କ ଜୟନ୍ତୀ ପାଳିତ।।


ବାଲିଚନ୍ଦ୍ରପୁର ତା୧୪/୧୧=ବଡଚଣା ବ୍ଲକ ଅନ୍ତର୍ଗତ ବାଲିଚନ୍ଦ୍ରପୁର ପଞ୍ଚାୟତର ରୁକୁଟିପାଟ ଗ୍ରାମ ରେ ସାବିତ୍ରୀ ସଦାନନ୍ଦ ସ୍ମାରକୀ ସେବା ସଂସ୍ଥା ଆନୁକୁଲ୍ୟରେ ରୁକୁଟିପାଟ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନବ ଭାରତ ର ନିର୍ମାତା ଚାଚା ନେହେରୁ ଙ୍କ ଜନ୍ମ ତିଥିରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ବେହେରା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ଯ ଅତିଥୀ ଭାବେ ସାବିତ୍ରୀ ସଦାନନ୍ଦ ସ୍ମାରକୀ ସାମାଜିକ ସେବା ସଂସ୍ଥା ର ମୂଖ୍ୟ ଟ୍ରଷ୍ଟି ସମାଜ ସେବି ଗଙ୍ଗାଧର ରାଉତରାଏ ଯୋଗଦେଇ ଚାଚା ନେହେରୁ ଙ୍କ ଜୀବନ ବୃତ୍ତାନ୍ତ ଓ ଶିଶୁ ଦିବସ ପାଳନ ସମ୍ପର୍କରେ ଉପସ୍ଥିତ ସମବେତ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ଉଦ୍ବୋଧନ ଦେଇ ଥିଲେ। ଏହି ଅବସରରେ ଆଯୋଜିତ ଶୋଭାଯାତ୍ରା ରେ ଚାଚା ନେହୁର ଙ୍କ ଜୀବନାଦର୍ଶ ଉପରେ ପର୍ଯ୍ୟବେସିତ ପ୍ଲାକାର୍ଡ଼ ମାନ ହାତରେ ଧରି ସମ୍ପୂର୍ଣ୍ଣ ଗ୍ରାମ ପରିକ୍ରମା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ରୁକୁଟିପାଟ ଅଙ୍ଗନବାଡି କର୍ମୀ ମେନକା ସୁନ୍ଦରୀ ମହାନ୍ତି, ଆଶା କର୍ମୀ କନକ ମଞ୍ଜରି ପ୍ରଧାନ, କିଶୋରୀ କଲ୍ୟାଣ ସମିତି ର ମାର୍ଗ ଦର୍ଶିକା ନିହାରିକା ଜେନା, ସଂଯୋଜିକା ଅନିତା ରାଉତରାୟ, ଲିପସା ରାଉତରାୟ, ରାସେଶ୍ୱରୀ ରାଉତରାୟ, ସ୍ବାଗତିକା ରାଉତରାୟ, କନକ ପ୍ରଧାନ,ସ୍ବଂୟ ସହାୟିକା ଗୋଷ୍ଠୀ ର ସବିତା ବେହେରା, ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀକାନ୍ତ କୁମାର ରାଉତରାୟ, ସନ୍ତୋଷ କୁମାର ରାଉତରାୟ, ପୂଜାରିଣୀ ବିଶ୍ବାଲ, ପ୍ରମୁଖ ଯୋଗଦେଇ ଥିଲେ। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ରେ କୃତିତ୍ବ ଅର୍ଜନ କରିଥିବା ପିଲା ମାନଙ୍କୁ ମୂଖ୍ୟ ଅତିଥି ଟ୍ରଫି ଓ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ ବ୍ୟବସ୍ଥା କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ କିଶୋରୀ କଲ୍ୟାଣ ସମିତି ପକ୍ଷରୁ ସ୍ବାତି ସୁପ୍ରୀୟା ରାଉତରାୟ।




