Country

କେନ୍ଦ୍ରାପଡା DAV ପବ୍ଲିକ ସ୍କୁଲରେ ସ୍ଵେଛା କୃତି ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ

*ପ୍ଲେସ :-କେନ୍ଦ୍ରାପଡା*

ଆଙ୍କର–//କେନ୍ଦ୍ରାପଡା ଗରାପୁର ରେ ଥିବା DAV ପବ୍ଲିକ ସ୍କୁଲରେ ସ୍ବଛ୍ଛାକୃତ ରକ୍ତଦାନ ସିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ ଶିବିର କୁ କେନ୍ଦ୍ରାପଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁକ୍ତ ନିଲୁ ମହାପାତ୍ର ଓ କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କର ପୂର୍ବତନ ସମ୍ପାଦକ ଶ୍ରୀ ଯୁକ୍ତ ସୁଶୀଲ କୁମାର ସାମଲ ମିଳିତଭାବେ ଉଦଘାଟନ କରିଥିଲେ।ଅଧକ୍ଷ ଶ୍ରୀ ରଞ୍ଜନ କୁମାର ବିଶ୍ଵାଳ ଙ୍କ ତତ୍ତ୍ଵାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।DAV ପବ୍ଲିକ ସ୍କୁଲ ତରଫରୁ ଗ୍ରାଣ୍ଡ୍ ପ୍ୟାରେଣ୍ଟ ଡେ ପାଳନ ଅବସରରେ ରକ୍ତଦାନ ସିବିର ଅନୁଷ୍ଠିତ କରିଥିବାରୁ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ଏହାଏକ ପିଲାଙ୍କପାଇଁ ଶିକ୍ଷଣୀୟ ହୋଇପାରିବ ଓ ଭବିଷ୍ୟତରେ ସେଇ ପିଲାମାନେ ରକ୍ତଦାନ ଭଳି ମହାନକାର୍ଯ୍ୟ କୁ ବ୍ୟାପକ କରାଯାଇପାରିବ ବୋଲି ମତବ୍ୟକ୍ତ କରିଥିଲେ।ଏହି ରକ୍ତଦାନ ସିବିରରେ ସ୍ଥାନୀୟଲୋକଙ୍କ ସହିତ ବହୁ ଅଭିଭାବକ ରକ୍ତଦାନ କରିଛନ୍ତି।ଶିକ୍ଷୟିତ୍ରୀ ଚିନ୍ମୟୀ ଦାସ,ସୋନାଲି ରାଉତ,ସୁଚିସ୍ମିତା ତ୍ରିପାଠୀ,ହରପ୍ରିୟା ଦାସ, ବିଜୟାଲକ୍ଷ୍ମୀ ମହାନ୍ତି, କେ. ନାଗରତନମ, ବିଶ୍ୱପ୍ରଭା ସାହୁ, ଶିକ୍ଷକ ଏସ୍. କେ ସିରାଜ୍ କାମିଲ୍ ହୁସେନ,ପ୍ରଭାସିନୀ ମହାନ୍ତି,ସୁଭଦ୍ରା ନାୟକ,ସୁପ୍ରିୟା ବେହେରା,ସଙ୍ଗୀତା ଶୁଭ ଦର୍ଶିନି ମୁଦୁଲି,ମମତା ବିଶ୍ଵାଳ, ପୁଷ୍ପିତା ସାହୁ,ମିନତି କର,ବନ୍ଦିତା ବାଇ,ସୋନି ବେହେରା,ମୋନାଲିସା ମଲ୍ଲିକ ସମେତ ଅନ୍ୟ ସହ କର୍ମୀ ମାନେ ପରିଚାଳନା କରିଥିଲେ।ଏହି ରକ୍ତଦାନ ସିବିରରେ ୧୦୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ)*

Related Articles

Back to top button