Education

କୁଲୁତାଯୋର ବିଦ୍ୟାଳୟର ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ (ପ୍ଳାଟିନମ ଜୁବଲି ) ପାଇଁ ଲୋଗୋ ଉନ୍ମୋଚିତ ।

କଣ୍ଟାମାଳ: -୮।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଜୋର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ଥାପନର ୭୫ ବର୍ଷ ପୂର୍ତ୍ତୀ ସମାରୋହ ଜାନୁଆରୀ ମାସରେ ପାଳନ କରାଯିବା ନେଇ ସ୍ଥିର ହୋଇଥିବା ସ୍ଥଳେ ଶୁକ୍ରବାର କାର୍ଯ୍ୟକ୍ରମର ଲୋଗୋ ଉନ୍ମୋଚିତ କରାଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷାଧିକାରୀ ସନୋଜ ସେଠି ମୁଖ୍ୟଅତିଥି, ସାମ୍ବାଦିକ ତଥା ପ୍ଲାଟିନମଜୁବଲିର ଉପଦେଷ୍ଠା ଦିବ୍ୟଶଙ୍କର ରାଉତ ମୁଖ୍ୟବକ୍ତା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଲକ୍ଷ୍ମୀ ମଲିକ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ସରପଞ୍ଚ ଚୁମକି ଭୋଇ, ସିଆରସିସି ଶେତ ବେହେରା, ପରିଚାଳନା କମିଟି ସଭାପତି ମାଧୁରୀ ମାଝୀ, ବିଦ୍ୟାଳୟର ପ୍ରଥମ ବର୍ଷର ପୂରାତନ ଛାତ୍ର ପାଳେଶ୍ୱର ରଣା, ପ୍ଲାଟିନମଜୁବଲିର ସଭାପତି ଟନୋଜ ରଣା, ସମ୍ପାଦକ ମହେନ୍ଦ୍ର ମହାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ ପୁରାତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଆଗାମୀ ଜୁବଲି ସମାରୋହରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଏବଂ ଆନୁଷ୍ଠାନିକଭାବେ ଲୋଗୋ ଉନ୍ମୋଚନ କରିଥିଲେ l ଏହି ଅବସରରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଘଣ୍ଟାପଡା ସିଆରସିସି ରୁପାସିଂ କ୍ଷେତୀ ସଭା ପରିଚାଳନା ଓ ଧନ୍ୟବାଦ ଦେଇଥିଲେ l ପରେ ଜୁବଲିରସ୍କୃତି ଉଦ୍ଦେଶ୍ୟରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା l ଅନ୍ୟ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଜୁବଲି କୋଷାଧ୍ୟକ୍ଷ ଶୁଶୀଳ ରଣା, ସଦସ୍ୟ ଗୋପ ରଣା, ଶଙ୍କର ସାହୁ,ଚନ୍ଦ୍ର ଘିବେଲା, ମିଙ୍କୁ ରଣା, ଚନ୍ଦ୍ର ମେଣ୍ଡିଲି, ଧବଳେଶ୍ଵର ରଣା ପ୍ରମୁଖ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button