ଭବାନୀପାଟଣାରୁ ବିଶାଖାପାଟଣା ମଧ୍ୟରେ ଜଗନ୍ନାଥ ଏକ୍ସପ୍ରେସ ଅତ୍ୟାଧୁନିକ ଭାଲବୋ ବସ୍ ଚଳା ଚଳ ଶୁଭାରମ୍ଭ କଲେ ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ କରକକମଳରେ ଭବାନୀପାଟଣା ରୁ ବିଶାଖାପାଟଣା ମଧ୍ୟରେ ଅତ୍ୟାଧୁନିକ ଜଗନ୍ନାଥ ଏକ୍ସପ୍ରେସ ଭଲବୋ ବସ୍ ସେବାର ଶୁଭାରମ୍ଭ କରାଯାଇଛି। ଏହି ଅତ୍ୟାଧୁନିକ ବାସ ରେ ଶୀତତାପ ନିୟନ୍ତ୍ରିତ ଓ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ଆରାମଦାୟକ ବ୍ୟବସ୍ଥା ରହିଛି।ଏହି ବସ୍ ଭବାନୀପାଟଣାରୁ ଅପରାହ୍ନ ସାଢେ଼ ୫ଟାରେ ଯାତ୍ରା ଆରମ୍ଭ କରି ବିଶାଖାପାଟଣାରେ ଭୋର୍ ୫ଟା ବେଳେ ପହଞ୍ଚିବ ଏବଂ ବିଶାଖାପାଟଣାରୁ ସଂଧ୍ୟା ୭ଟା ବେଳେ ବାହାରି ଭବାନୀପାଟଣା ଠାରେ ସକାଳ ୬ଟା ରେ ପହଞ୍ଚିଵ। ଏହା ଦ୍ବରା ସାଧାରଣ ଜନତା ଏବଂ ବିଶେଷ କରି ସ୍ୟସ୍ଥ୍ୟ କ୍ଷେତ୍ରରେ ବିଶାଖାପାଟଣା ଉପରେ ନିର୍ଭର କରୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୟ ଉପକୃତ ହେବେ ବୋଲି ଓ ଏସ ଆର୍ ଟି ସି ତରଫରୁ ପରିଚାଳକ ସ୍ବଦେଶ କୁମାର ପାତ୍ର ସୂଚନା ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ ସାଂସଦ ପ୍ରତିନିଧି ଜୟ ଶଙ୍କର ନାଏକ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଆଞ୍ଚଳିକ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାୟ , ସହକାରୀ ଜିଲ୍ଲାପାଳ ଶରତ ଚନ୍ଦ୍ର ସାହୁ, (ଏଷ୍ଟାବ୍ଲିସମେଣ୍ଟ) ସହକାରୀ ଜିଲ୍ଲାପାଳ ମମତା ଦାଶ (ଜୁଡିସିଆଲ) ଏବଂ ସହକାରୀ ଜିଲ୍ଲାପାଳ ସୌଦାମିନୀ ମାଝୀ (ଏମାରଜେନସି) ପ୍ରମୁଖ ଉପସ୍ଥିତ ରହିଥିଲେ । ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ