Business

ପଞ୍ଚାୟତ ସମିତି ସପ୍ତମ ସାଧାରଣ ପରିଷଦ ବୈଠକ….

 

ହରଭଙ୍ଗା (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ପଂଚାୟତ ସମିତି ସଭାଗୃହ ରେ ଠାରେ ବୁଧବାର ଦିନ ହରଭଙ୍ଗା ପଂଚାୟତ ସମିତିର ସପ୍ତମ ସାଧାରଣ ପରିଷଦ ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି l ବିଡ଼ିଓ ଶରତ କୁମାର ସେଠି ବୈଠକ ପରିଚାଳନା କରିଥିବା ବେଳେ ଏହି ସାଧାରଣ ପରିଷଦ ବୈଠକ ରେ ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଉପସ୍ଥିତ ରହିଥିବା ବେଳେ ଅନ୍ୟତମ ଅତିଥିଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷl ପ୍ରଭାସିନୀ ଦାସ, 8ନଂ ଜୋନ ଜିଲ୍ଲା ପରିଷଦ ତାରାମଣି ପ୍ରଧାନ, କନ୍ଧମାଳ ସାଂସଦ ପ୍ରତିନିଧି ରବି ନାରାୟଣ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚାରଣ ନାଥ ଉପସ୍ଥିତ ରହିଥିଲେ l ଏହି ବୈଠକ ରେ ବ୍ଲକ ର ଶିକ୍ଷା, ସ୍ୱାସ୍ଥ୍ୟ, କୃଷି,ଆଇନ ଶୃଙ୍ଖଳା,ପାନୀୟ ଜଳ, ସାମାଜିକ ମଙ୍ଗଳ ସୁରକ୍ଷା, ଉଦ୍ୟାନ କୃଷି, ବିଜୁଳି, ଜାତୀୟ ରାଜପଥ, ପ୍ରାଣୀଧନ, ଗମନା ଗମନ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦେଶ ଦିଆଯାଇଥିଲା l ମୁଖ୍ୟ ସଚେତକ ସରୋଜ ପ୍ରଧାନ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବ୍ଲକ ର ଉନ୍ନୟନ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବା ସହିତ କାର୍ଯ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେଲେ ତୁରନ୍ତ ଜଣାଇବା ପାଇଁ ନିର୍ଦେଶ ଦେଇଥିଲେ l ଉକ୍ତ ବୈଠକ ରେ 22ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ l

Related Articles

Back to top button