Business

ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘର ବୈଠକ

ଢେଙ୍କାନାଳ, ୨୮/୦୧: ଢେଙ୍କାନାଳ ବିଦ୍ୟୁତ୍ ମହାସଂଘର ସଭାଗୃହରେ ବାର୍ଷିକ ଅଧିବେଶନ ଉପସଭାପତି ମଳୟ କୁମାର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ସାଧାରଣ ସଂପାଦକ ଅମର କୁମାର ପ୍ରତାପସିଂ, ସର୍କଲ୍ ସଂପାଦକ ପ୍ରାଣବନ୍ଧୁ ମହାନ୍ତି, ଅନୁଗୁଳ ସଂପାଦକ ସୁରେନ୍ଦ୍ର ମହାନ୍ତିଙ୍କ ଉପସ୍ଥିତ ଥିଲେ। ଏହି ବୈଠକରେ ଟାଟା ପାୱାରର କର୍ମଚାରୀ ଉପରେ ଯେଭଳି ଜୁଲୁମ୍ କରୁଛି ତାକୁ କିପରି ପ୍ରତିହତ କରାଯିବ ଓ କର୍ମଚାରୀମାନେ ସମସ୍ତେ ଏକାଠି ରହିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ତତ୍ ସହିତ ବିଦ୍ୟୁତ୍ ଗ୍ରାହକମାନେ କିପରି ୨୪ ଘଂଟିଆ ବିଦ୍ୟୁତ୍ ପାଇପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ଏହି ସଭାରେ ୧୨୦ରୁ ଉର୍ଦ୍ଧ୍ବ କର୍ମଚାରୀ ଉପସ୍ଥିତ ଥିଲେ। ଆସନ୍ତା ରବିବାର ଦିନ ବରହ୍ମପୁର ଠାରେ ଓଡିଶା ସ୍ତରରେ ବାର୍ଷିକ ଅଧୂବେଶନ ପାଇଁ ସମସ୍ତ କର୍ମଚାରୀଙ୍କୁ ସାଗତ କରିବା ସହିତ ଯୋଗଦାନ କରିବାକୁ ନିବେଦନ କରିଥିଲେ । ଶେଷରେ ଢେଙ୍କାଳ ଡିଭିଜନ ସମ୍ପାଦକ ମୃତ୍ୟୁଞ୍ଜୟ ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

Related Articles

Back to top button