Business
ଗଞେଇ ସହ ଜଣେ ଗିରଫ

ମୋହନା:5/11/24(ସୁବିତ କୁମାର ନାୟକ)ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଗୁଡ଼୍ରୀପଙ୍କା ରାସ୍ତା କଡ଼ରୁ ୩୩୭ କିଲୋ ଗଞ୍ଜେଇ ସହ ଜଣେ ଗିରଫ। ଗତକାଲି ରାତ୍ର ୮ ଘଣ୍ଟ ସମୟରେ ଅଡବା ପୋଲିସ୍ ବିଶେଷ ସୂତ୍ର ରୁ ଖବର ପାଇଥିଲା ଅଡବା ଥାନା ଅନ୍ତର୍ଗତ ଗୁଡ଼୍ରୀପଙ୍କା ଗାଁ ନିକଟସ୍ଥ ଜଙ୍ଗଲ ରେ ଗଞ୍ଜେଇ ବସ୍ତା ଥିବାର ସୂଚନା ପ୍ରକାରେ ଉକ୍ତ ଗଞ୍ଜେଇ ଗଞ୍ଜାମ ଜିଲ୍ଲା ଯାଇଥାନ୍ତା। ସଙ୍ଗେ ସଙ୍ଗେ ଆଡବା ପୋଲିସ୍ ସ୍ଵତନ୍ତ୍ର ଭାବେ ଏକ ଟିମ୍ ଗଠନ କରି ଉକ୍ତ ଜାଗାରେ ଚଢାଉ କରିଥିଲା। ଚଢାଉ ରେ ୩୩୭ କିଲୋ ୭୦୦ ଗ୍ରାମ ଗଞ୍ଜେଇ ସହ ଜଗନ୍ନାଥ ପରିଚ୍ଛା ନାମକ ଯୁବକ କୁ ଗିରଫ କରିଥିଲା ଅଡବା ପୋଲିସ୍। ଜବତ୍ ଗଞ୍ଜେଇ ର ଆନୁମାନିକ ବଜାର ଦର ୩୦ ଲକ୍ଷ୍ୟ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ ପକ୍ଷରୁ ସୂଚନା।ଆଜି ସନ୍ଧ୍ୟା ୬ ଘଣ୍ଟ ସମୟରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।